ସ୍କୁଲରେ ଏଆଇ କ୍ଲାସରୁମ ଟେଣ୍ଡର ଦୁର୍ନିତି ପ୍ରତିବାଦରେ କ୍ଷୋଭ କରିବ ଯୁବ କଂଗ୍ରେସ
ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓକାକର ଟେଣ୍ଡର ପ୍ରକ୍ରିୟାକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ର ବିରୋଧ କରିଛନ୍ତି। ଓକାକ ମାଧ୍ୟମରେ ଟେଣ୍ଡରକରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଆଇଟି ସଚିବ ବିଶାଳ କୁମାର ଦେବ, ଆଇଟି ମନ୍ତ୍ରୀ ମୁକେଶ ମହାଲ
dfghtukl


ଭୁବନେଶ୍ୱର, ୧୭ ଏପ୍ରିଲ (ହି.ସ.)- ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓକାକର ଟେଣ୍ଡର ପ୍ରକ୍ରିୟାକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ପାତ୍ର ବିରୋଧ କରିଛନ୍ତି। ଓକାକ ମାଧ୍ୟମରେ ଟେଣ୍ଡରକରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଆଇଟି ସଚିବ ବିଶାଳ କୁମାର ଦେବ, ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ରାଜସ୍ୱରୁ କୋଟି କୋଟି ଟଙ୍କା ହଡ଼ପ କରିବାପାଇଁ ଚକ୍ରନ୍ତ କରିଛନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଏହି ଦୁର୍ନିତି ବିରୁଦ୍ଧରେ ଆସନ୍ତା ୨୦ ତାରିଖରେ ଆଇଟି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଆଇଟି ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବାପାଇଁ ସ୍ଥିର ହୋଇଛି ବୋଲି ସେ କହିଛନ୍ତି।

ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଏବଂ ଭୁବନେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି ଯେ ୧୮.୨.୨୦୨୬ ରେ ଓକାକ ଆଦର୍ଶ ବିଦ୍ୟାଳୟ ସଂଗଠନର ସ୍କୁଲ ମାନଙ୍କରେ ୧୨୮ଟି କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା ପାଇଁ ପ୍ରାୟ ୭୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡରକୁ ଏକ ଅସାଧୁ କମ୍ପାନୀ ଆଇଏନପି ଟେକ୍ନୋଲୋଜିସ ଲିମିଟେଡକୁ ଦେବାର ସମସ୍ତ ବ୍ୟବସ୍ଥା ସରିଛି। ଆଇଏନପି ୫ ବର୍ଷ କମ୍ପ୍ୟୁଟର ଲ୍ୟାବ ପାଇଁ ଯୋଗାଣ, ଉପକରଣ ପ୍ରତିସ୍ଥାପନ ଏବଂ କମ୍ପ୍ୟୁଟର ଲାବ୍ରୋଟୋରି ପରିଚାଳନା

କାର୍ଯ୍ୟ କରିବେ। ଆଇଏନପି କମ୍ପାନୀ ନାମରେ ବିନା ଅନୁମତିରେ “ସବଜେକ୍ଟ ୱାର୍କସ” ବ୍ୟବହାର ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ କେସ କରିଛନ୍ତି। ଅଭିଯୋଗକାରୀ କମ୍ପାନୀର ଇଂଜିନିୟରମାନେ ପରୀକ୍ଷା କରି ଦେଖିଛନ୍ତି ଯେ ଏଭଳି ଚୋରି କାର୍ଯ୍ୟ କରିଛି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ସମ୍ପର୍କରେ ଅବଗତ ଅଛନ୍ତି। ଏଣୁ ଆଇଏନପିର ଚୋରି ବାବଦରେ କେସ ଚାଲୁ ରହିଛି। ଅନ୍ୟପକ୍ଷରେ ଏହି ଆଇଏନପି କମ୍ପାନୀକୁ କାର୍ଯ୍ୟାଦେଶ ନଦେବା ପାଇଁ ୨୦୨୩ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ତତ୍କାଳନୀ ପ୍ରୋଜେକ୍ଟ ଡାଇରେକ୍ଟର ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା

୨୦୧୬/ଓଏଭିଏସ ଏକ ପତ୍ର ଲେଖିଥିଲେ ଯେ ସ୍ମାର୍ଟକ୍ଲାସ, ଆଇସିଟି ଲ୍ୟାବ, ସିସିଟିଭି ନେଟୱାକିଂ ପ୍ରଭୃତି ପାଇଁ ଆଇଏନପିକୁ କାର୍ଯ୍ୟାଦେଶ ନଦେବା ପାଇଁ। ଏହି ଦୁର୍ନିତି ବିରୁଦ୍ଧରେ ଆସନ୍ତା ୨୦ ତାରିଖରେ ଆଇଟି ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଆଇଟି ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ କରାଯିବାପାଇଁ ସ୍ଥିର ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande