ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ସଫଳ ଆୟୋଜିତ
ନୂଆପଡ଼ା, ୧୭ ଏପ୍ରିଲ (ହି.ସ.)- ନୂଆପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ ପୋଲିସ ପଡିଆରେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ସଫଳ ଭାବରେ ଆୟୋଜିତ ହୋଇଯାଇଛି। ଏହି ପ୍ରକ୍ରିୟା ଭଲିବଲ ଖେଳ ପାଇଁ ବିଶେଷ ଭାବେ ଆୟୋଜିତ ହୋଇଥିଲା। ଜିଲ୍ଲାରେ ଅନଲାଇନ ମାଧ୍ୟମରେ ନାମ
Krida pratibha chayana


ନୂଆପଡ଼ା, ୧୭ ଏପ୍ରିଲ (ହି.ସ.)- ନୂଆପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ ପୋଲିସ ପଡିଆରେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ସଫଳ ଭାବରେ ଆୟୋଜିତ ହୋଇଯାଇଛି। ଏହି ପ୍ରକ୍ରିୟା ଭଲିବଲ ଖେଳ ପାଇଁ ବିଶେଷ ଭାବେ ଆୟୋଜିତ ହୋଇଥିଲା। ଜିଲ୍ଲାରେ ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିଥିବା ବାଳକ ଓ ବାଳିକାମାନଙ୍କ ପାଇଁ ପୂର୍ବରୁ ବ୍ଲକ୍ ସ୍ତରରେ ଖେଳକୁଦ, ଖୋ-ଖୋ ଓ ଭଲିବଲ ଖେଳରେ ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ସେଠାରେ ଚୟନିତ ପ୍ରତିଭାମାନଙ୍କର ପାରଦର୍ଶିତା ପ୍ରମାଣପତ୍ର ରାଜ୍ୟ କ୍ରୀଡା ବିଭାଗକୁ ପ୍ରେରଣ କରାଯାଇଥିଲା। ରାଜ୍ୟ ସ୍ତରରେ ପ୍ରମାଣପତ୍ର ଗୁଡିକର ଯାଞ୍ଚ ପରେ ଚୟନିତ ପ୍ରତିଭାମାନଙ୍କର ତାଲିକା ଜିଲ୍ଲାକୁ ପ୍ରେରଣ କରାଯାଇଥିଲା। ରାଜ୍ୟ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ ଖେଳକୁଦ, ଖୋ-ଖୋ ଓ ଭଲିବଲ ଖେଳ ପାଇଁ ଜିଲ୍ଲା ସ୍ତରରେ ଏହି ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହାର ପରେ ଜିଲ୍ଲାସ୍ତରର ପାରଦର୍ଶିତା ପ୍ରମାଣପତ୍ର ପୁନର୍ବାର ରାଜ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସ୍ତରରେ ଚୟନିତ ପ୍ରତିଭାମାନଙ୍କୁ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଆମନ୍ତ୍ରଣ କରାଯିବ। ସେଠାରେ ସଫଳ ହେବାକୁ ସମର୍ଥ ପ୍ରତିଭାମାନଙ୍କୁ ଓଡ଼ିଶାର ବିଭିନ୍ନ କ୍ରୀଡା ଛାତ୍ରାବାସରେ ଭର୍ତ୍ତି କରାଯିବ। ଏହି ଅଭିନବ ପ୍ରୟାସ ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ଦିନରେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡାବିତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ମିଳିଛି। ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିୟମିତ ଅଭ୍ୟାସ ଜାରି ରଖିବା ସହିତ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଚୟନକର୍ତ୍ତାମାନେ ମଧ୍ୟ ଜିଲ୍ଲାର ପ୍ରତିଭାମାନେ ଆଗାମୀ ଦିନରେ ନିଶ୍ଚିତ ସଫଳତା ହାସଲ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି ଚୟନ ପ୍ରକ୍ରିୟାକୁ ମହତାବ ଆଦଯୁଆଡ଼, ସରୋଜ କୁମାର ପ୍ରଧାନ, ମୋହନ କୁମାର ମହାନ୍ତ, କୃଷ୍ଣ ଶ୍ୟାମ ସବାର, ଭାରତ ପ୍ରଧାନ, ରାକେଶ କୁମାର ଦଳେଇ, ହିମାଂଶୁ ଶେଖର ମହାନ୍ତ ଓ ଦେବବ୍ରତ ସାହୁ ସହିତ ଅନ୍ୟାନ୍ୟ କ୍ରୀଡା ଶିକ୍ଷକମାନେ ସଫଳତାର ସହ ପରିଚାଳନା କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ପରିଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande