ଜାଲିଆନାୱାଲବାଗ ହତ୍ୟାକାଣ୍ଡର ସହୀଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି
ନୂଆଦିଲ୍ଲୀ, ୧୩ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଲିଆନୱାଲା ବାଗ ହତ୍ୟାକାଣ୍ଡର ବାର୍ଷିକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଶହୀଦମାନଙ୍କର ବଳିଦାନ ଦେଶର ଅଦମ୍ୟ ସାହସର ପ୍ରତୀକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ
ଜାଲିଆନାୱାଲବାଗ ହତ୍ୟାକାଣ୍ଡର ସହୀଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ     ପିଏମ ମୋଦି


ନୂଆଦିଲ୍ଲୀ, ୧୩ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଲିଆନୱାଲା

ବାଗ ହତ୍ୟାକାଣ୍ଡର ବାର୍ଷିକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି

ଯେ ଶହୀଦମାନଙ୍କର ବଳିଦାନ ଦେଶର ଅଦମ୍ୟ ସାହସର ପ୍ରତୀକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ

ସଂସ୍କୃତ ସୁଭାଷିତ ମଧ୍ୟ ସେୟାର କରିଛନ୍ତି। ଏଥିରେ ସମାଜରେ ପରୋପକାରୀ ଶକ୍ତିମାନଙ୍କୁ ସୁଦୃଢ଼

କରିବା ଏବଂ ବିଭାଜନ ଓ ଅନ୍ୟାୟ ପ୍ରଚାର କରୁଥିବା ଶକ୍ତିମାନଙ୍କୁ ବିରୋଧ କରିବାର ବାର୍ତ୍ତା

ଦିଆଯାଇଛି।

ପ୍ରଧାନମନ୍ତ୍ରୀ ବିଭିନ୍ନ ଭାଷାରେ ‘ଏକ୍ସ’ରେ ପୋଷ୍ଟ କରି

ଶହୀଦମାନଙ୍କୁ ନମନ କରିଛନ୍ତି ଏବଂ କହିଛନ୍ତି ଯେ ଜଲିଆନୱାଲା ବାଗର ବୀରମାନଙ୍କର ସାହସ ଓ

ବଳିଦାନ ଆଗାମୀ ପିଢ଼ୀମାନଙ୍କୁ ସ୍ୱାଧୀନତା, ନ୍ୟାୟ ଓ ଗରିମାର ମୂଲ୍ୟବୋଧ ପ୍ରତି ପ୍ରେରିତ କରିବ। ସେ କହିଛନ୍ତି

ଯେ ବିଦେଶୀ ଶାସନର ନିର୍ମମତା ବିରୋଧରେ ଶହୀଦମାନଙ୍କର ସଂଗ୍ରାମ ଦେଶର ପ୍ରତ୍ୟେକ ପିଢ଼ୀକୁ

ପ୍ରେରଣା ଦେଇ ଯିବ। ସେ ସମସ୍ତ ଅମର ଶହୀଦମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସେୟାର କରିଥିବା ସୁଭାଷିତ—

“ଇନ୍ଦ୍ରଂ ବର୍ଧନ୍ତୋ ଅପ୍ତୁରଃ କୃଣ୍ବନ୍ତୋ ବିଶ୍ୱମାର୍ୟମ୍।

ଅପଘ୍ନନ୍ତୋ ଅରାବ୍ଣଃ।। ”

ଏହାର ଅର୍ଥ ହେଉଛି— ହେ ପରିଶ୍ରମୀ ଓ କର୍ମଠ ଲୋକମାନେ, ତୁମେ ସେହି

ଶ୍ରେଷ୍ଠ ଓ ପରୋପକାରୀ ଶକ୍ତିମାନଙ୍କୁ ବଢ଼ାଅ, ଯେଉଁମାନେ ସମଗ୍ର ବିଶ୍ୱକୁ ଶ୍ରେଷ୍ଠ, ସଭ୍ୟ ଓ ଉନ୍ନତ

କରନ୍ତି। ଏବଂ ସେହି ଦୁଷ୍ଟ, ବିନାଶକାରୀ ଓ

ଶତୃତାପୂର୍ଣ୍ଣ ଶକ୍ତିମାନଙ୍କୁ ନାଶ କର, ଯେଉଁମାନେ ସମାଜରେ ଅନ୍ୟାୟ, ଅସନ୍ତୁଳନ ଓ ଅବ୍ୟବସ୍ଥା ସୃଷ୍ଟି କରନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande