
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)-ରାଜଧାନୀ
ପ୍ରତିଷ୍ଠା ଦିବସ ଅବସରେ ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା
। ସେ କହିଛନ୍ତି ଯେ, ରାଜଧାନୀ ବଢୁଛି ଏହା ସହ
ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି। ବିଭିନ୍ନ ଗନ୍ତବ୍ୟସ୍ଥକୁ ପହଞ୍ଚିବା ପାଇଁ ଘଣ୍ଟେ ,ଦୁଇ ଘଣ୍ଟା ଲାଗୁଛି। ତେଣୁ ସହର ର ଆଵଶ୍ୟକତା ଓ ବିକାଶ ପାଇଁ
ରାଜନୈତିକକରଣ କରିବା ଉଚିତ ନୁହେଁ। ମେଟ୍ରୋର ଆଵଶ୍ୟକତା ରହିଛି। ସରକାରଙ୍କୁ ଅନୁରୋଧ କରୁଛି
ମେଟ୍ରୋ କରନ୍ତୁ। କେବଳ ରାଜଧାନୀ ନୁହେଁ ଓଡିଶା ପାଇଁ ଆଵଶ୍ୟକତା ରହିଛି। ପୁରୀରେ କରିପାରିବେ, ଖୋର୍ଦ୍ଧାରେ ହୋଇପାରିବ । ଅନ୍ୟ ରାଜ୍ୟରେ ହେଇଛି।
ଓଡିଶାରେ ମେଟ୍ରୋର ଆଵଶ୍ୟକତା ରହିଛି ବୋଲି ସୋ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା