୧୫ରୁ ୧୯ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ
ଭୁବନେଶ୍ୱର, ୧୩ ଅପ୍ରେଲ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ଆସନ୍ତା ୧୫ରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ହିଟ୍ ୱେଭ୍ ନେଇ ୧୫ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର
୧୫ରୁ ୧୯ ତାରିଖ ରାଜ୍ୟର କେତେକ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ


ଭୁବନେଶ୍ୱର, ୧୩ ଅପ୍ରେଲ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ଆସନ୍ତା ୧୫ରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ହିଟ୍ ୱେଭ୍ ନେଇ ୧୫ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୪ ଜିଲ୍ଲା ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, କନ୍ଧମାଳ ।

ସେହିପରି ହିଟ୍ ୱେଭ୍ ନେଇ ୧୬ ତାରିଖ ୭ ଜିଲ୍ଲା, ୧୭ ତାରିଖ ୯ ଜିଲ୍ଲା, ୧୮ ତାରିଖ ୧୩ ଜିଲ୍ଲା ଏବଂ ୧୯ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande