ଆଜି ରାଜଧାନୀର 78ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)-୭୮ ବର୍ଷରେ ପଦାର୍ପଣ କରିଛି ରାଜଧାନୀ ଭୁବନେଶ୍ୱର। ବେଶ ଆଡମ୍ବରରେ ପାଳନ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କରିଛନ୍ତି ବାଚସ୍ପତି ସୁ
ଆଜି ରାଜଧାନୀର 78ତମ ପ୍ରତିଷ୍ଠା ଦିବସ


ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)-୭୮ ବର୍ଷରେ

ପଦାର୍ପଣ କରିଛି ରାଜଧାନୀ ଭୁବନେଶ୍ୱର। ବେଶ ଆଡମ୍ବରରେ ପାଳନ ହେଉଛି ରାଜଧାନୀ ପ୍ରତିଷ୍ଠା

ଦିବସ। ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା

ଉତ୍ତୋଳନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ତାଙ୍କ ସହ ଭୁବନେଶ୍ୱର ମେୟର, କମିଶନର, ସାଂସଦ ଅପରାଜିତା

ଷଡଙ୍ଗୀ, ଭୁବନେଶ୍ୱର ଉତ୍ତର ଓ ମଧ୍ୟ ବିଧାୟକଙ୍କ ସମେତ

ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ। ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ଵାରା

ଚିତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ ହୋଇଥିଲା। ୫୦ ଟି କଣ୍ଟିଜେଣ୍ଟ ପ୍ୟାରେଡ଼ ରେ ସାମିଲ ହୋଇଥିଲେ।

ଆକର୍ଷଣ ସାଜିଥିଲା ଡେୟାର ଡେଭିଲ ସୋ। ସ୍କେଟିଂ ଜରିଆରେ ସହରକୁ ପଲିଥିନମୁକ୍ତ କରିବାକୁ ଵାର୍ତା

ଦେଇଥିଲେ ଓଡିଶା ସ୍କେଟିଂ ସଂଘର କୁନି କୁନି ସ୍କେଟରମାନେ। ଏଥର ଲିଙ୍ଗରାଜ ମନ୍ଦିର ରୁ ଏକ ମସଲ

ସଭା ସ୍ଥଳୀକୁ ଆସିଥିଲା। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ

ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମସି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ

ପକ୍ଷରୁ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande