
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରକୁ ଶ୍ରେଷ୍ଠ ରାଜଧାନୀ
ଭାବେ ଗଢ଼ି ତୋଳିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ,
ସବୁଜ ସୁନ୍ଦର ଆମ ରାଜଧାନୀ ଭୁବନେଶ୍ୱର। ମନ୍ଦିରମାଳିନୀ ସହର
ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ସମୃଦ୍ଧ ସଂସ୍କୃତି ଓ ଆଧୁନିକ ସ୍ଥାପତ୍ୟ ଓଡ଼ିଶାର
ପରିଚୟକୁ ଋଦ୍ଧିମନ୍ତ କରିଛି। ସଭିଙ୍କୁ ସାଥିରେ ନେଇ ବିକାଶର ରାସ୍ତାରେ ଏହା ନୂଆ ଅଧ୍ୟାୟ
ଯୋଡ଼ିଛି। ଆସନ୍ତୁ, ରାଜଧାନୀ ଭୁବନେଶ୍ବରର ୭୮ତମ ପ୍ରତିଷ୍ଠା ଦିବସରେ
ସଂକଳ୍ପ ନେବା ଏହାକୁ ଦେଶର ଶ୍ରେଷ୍ଠ ରାଜଧାନୀ ଭାବେ ଗଢ଼ି ତୋଳିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା