


ସୁବର୍ଣ୍ଣପୁର, 12 ଏପ୍ରିଲ୍ (ହି.ସ.)
ସୋନପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ଏକ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଟି ମହାବିଦ୍ୟାଳୟ ର ଅଧ୍ଯକ୍ଷ ରାଧାକାନ୍ତ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ର କାର୍ଯ୍ୟକ୍ରମ ସଂଯୋଜକ ଡ଼. ବଂଶୀଧର ଦୀପ, ବଲାଙ୍ଗୀର ଜିଲ୍ଲା ନୋଡାଲ ଅଧିକାରୀ, ଏନ ଏସ ଏସ, ଡ଼ ଅଜିତ ଭୋଇ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼. ବଶୁମତି ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶିବିର କୁ ଉଦଘାଟନ କରିଥିଲେ। ଉଦ୍ଘାଟନୀ ସଭା କୁ କାର୍ଯ୍ୟକ୍ରମ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଧିକାରୀ ଏନ ଏସ ଏସ ଧୀରେନ୍ଦ୍ର କୁମାର ମିଶ୍ର ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଯାମିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଶିବିର ରେ ଜିଲ୍ଲା ର ନଅ ଟି ମହାବିଦ୍ୟାଳୟ ରୁ ମୋଟ ୨୦୦ ଜଣ ଛାତ୍ରୀ ସ୍ବେଛାସେବୀ ଯୋଗଦାନ କରିଥିଲେ। ଶିବିର ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରୁ ଡ଼. ଚୌଧୁରୀ ଙ୍କ ନେତୃତ୍ୱ ରେ ଆସିଥିବା ଏକ ଟିମ ସହଯୋଗ ରେ ସମସ୍ତଙ୍କର ହିମୋଗ୍ଲୋବିନ ପରୀକ୍ଷା କରାଯିବା ସହିତ ରକ୍ତହୀନତା ନିରାକରଣ ସମ୍ବନ୍ଧରେ ଦୁଇ ଗୋଟି ସଚେତନତା ଅଧ୍ୟୟନ ମୂଳକ ଶ୍ରେଣୀ ଯଥାକ୍ରମେ ଡ଼ ବଶୁମତି ଚୌଧୁରୀ ଓ ଡ଼.ଚିତ୍ତରଞ୍ଜନ ତ୍ରିପାଠୀ ଶିବିରାର୍ଥୀ ମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ