


ସୁବର୍ଣ୍ଣପୁର, 12 ଏପ୍ରିଲ୍ (ହି.ସ.)
ଆଜି ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଗାରରେ ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ଦିନରେ ବୀରପୁତ୍ର ସମ୍ମିଳନୀ ଓ କବିତା ପାଠତ୍ସବ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ପୂର୍ବାହ୍ନ ୧୦ଟାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଆତିଥି ଭାବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ଥିଲେ।
ମଞ୍ଚାସୀନ ଅତିଥି ଭାବରେ ଶ୍ରୀ ସୁଦାମ ନାଏକ, ଶ୍ରୀ ସୁଦାମ ଦୀପ ଓ ଶ୍ରୀ ଦେବଦାସ ମହାପାତ୍ର ଯୋଗଦେଇ ଓଡ଼ିଶାର ସଂସ୍କୃତି ପୁରୁଷ, ବିପ୍ଲବୀ ଓ ନାରୀ ସଂଗ୍ରାମୀମାନଙ୍କ ଉପରେ ଆଲୋଚନା କରିଥିଲେ। ଜଣାଶୁଣା ଲେଖକ ଶ୍ରୀ ଗୋରେଖ ନାଥ ସାହୁ ଆଲୋଚନା ଚକ୍ରକୁ ସମୀକ୍ଷା କରିଥିଲେ।
ଏହି ଅବସରରେ ସୁବର୍ଣ୍ଣପୁରର ୫୦ ଜଣ ଲେଖକ, ଲେଖିକା, ବୁଦ୍ଧିଜୀବୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ କବିତା ପାଠତ୍ସବରେ ଅଂଶଗ୍ରହଣ କରିଥିଲେ। ସ୍ୱାଗତ ଭାଷଣ ଶ୍ରୀମତୀ ଯମୁନା ପ୍ରଧାନ ଦେଇଥିବା ବେଳେ ଲକ୍ଷ୍ମୀନାରାୟଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ