
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.) - ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ
ଭୁବନେଶ୍ବରବାସୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାଚୀନ ଏକାମ୍ର କ୍ଷେତ୍ରର ଶୈବ
ସଂସ୍କୃତି ସହିତ ଆଧୁନିକତାର ସମନ୍ୱୟ ହେଉଛି ଆମ ରାଜଧାନୀ ଭୁବନେଶ୍ବର । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା
ଓ ପ୍ରଯୁକ୍ତିଭିତ୍ତିକ ଶିଳ୍ପ କ୍ଷେତ୍ରରେ ଆଜି ଭୁବନେଶ୍ବର ଦେଶରେ ଏକ ପ୍ରମୁଖ ସହରର ମାନ୍ୟତା
ପାଇଛି । ବର୍ତ୍ତମାନ ଅନେକ ଭବିଷ୍ୟମୁଖୀ ଯୋଜନା ସହିତ ଆମ ରାଜଧାନୀ ଏକ କାୟାକଳ୍ପ ପରିବର୍ତ୍ତନ
ଦିଗରେ ଅଗ୍ରସର ହେଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର ଆମ ରାଜ୍ୟର ପରିଚୟ ଓ ଆମ
ଗୌରବ । ଏବେ ସମୟ ଆସିଛି ଆମ ସହର ପାଇଁ ଆମକୁ କିଛି କରିବା ପାଇଁ । ଆସନ୍ତୁ, ଆମର ଐତିହ୍ୟ ନଗରୀର
ସୁରକ୍ଷା ସହିତ ଭୁବନେଶ୍ବରକୁ ଆହୁରି ସ୍ଵଚ୍ଛ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ସହର ଭାବେ ଗଢ଼ିତୋଳିବା ଦିଗରେ ସମସ୍ତେ
ଉଦ୍ୟମ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା