ଜାଲିଆନାୱାଲା ବାଗର ଅମର ଶହୀଦମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଜାଲିଆନାୱାଲା ବାଗର ଅମର ଶହୀଦମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାଲିଆନାୱାଲା ବାଗର ଅମର ଶହୀଦମାନଙ୍କ ପ୍ରତି ଭକ୍ତିପୂତ
ଜାଲିଆନା


ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଜାଲିଆନାୱାଲା ବାଗର ଅମର ଶହୀଦମାନଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାଲିଆନାୱାଲା ବାଗର ଅମର ଶହୀଦମାନଙ୍କ ପ୍ରତି ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେହି ବୀର ସନ୍ତାନମାନଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମ ପ୍ରତିଟି

ଭାରତୀୟଙ୍କ ପାଇଁ ପ୍ରେରଣାର ଅକ୍ଷୟ ଉତ୍ସ। ମାତୃଭୂମିର ସ୍ୱାଧୀନତା ପାଇଁ ସେମାନଙ୍କର ଏହି ମହାନ

ବଳିଦାନ ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande