
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଉମରକୋଟରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ତାହାର
ପରିସରକୁ ସଫା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତାକାଲି ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ। ଏହି
ପରିପ୍ରେକ୍ଷୀରେ ଆଜି ସମସ୍ତେ ମିଶି ଉମରକୋଟ ପୌରପରିଷଦରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି
ଓ ତାହାର ପରିସରକୁ ସଫା କରିଛୁ। ବିଚକ୍ଷଣ ବୁଦ୍ଧି, ପାଣ୍ଡିତ୍ୟ, ନିଷ୍ଠାପର
ବ୍ୟକ୍ତିତ୍ବ ଏବଂ ଦୂରଦୃଷ୍ଟି ତାଙ୍କୁ ଆଜି ପୂଜ୍ୟ କରିଛି। ସେହି ବ୍ୟକ୍ତିତ୍ଵ, ସମ୍ବିଧାନ ପ୍ରଣେତା
ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ ମୋର କୋଟି କୋଟି ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା