
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)-ଆସନ୍ତାକାଲି ଓଡ଼ିଆ
ନବବର୍ଷ ମହାବିଷୁବ ସଂକ୍ରାନ୍ତି ତିଥିରେ ପାଳିତ ହେବ । ଏଥିସହି ଭାରତରତ୍ନ ସମ୍ବିଧାନ ପ୍ରଣେତା, ସମାଜ ସୁଧାରକ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ
ମଧ୍ୟ ପାଳିତ ହେବ। ଏହି ପବିତ୍ର ଓ ଗୌରବମୟ ଅବସରକୁ ନିଜ ନିଜ ଅଞ୍ଚଳରେ ପାଳନ କରିବା ପାଇଁ
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପାଳନ ହେବ । ଏନେଇ ବିଜେଡି ବରିଷ୍ଠ ଉପସଭାପତି
ଦେବୀ ମିଶ୍ର ।
ଓଡ଼ିଆ ନବବର୍ଷ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ପ୍ରତୀକ ଥିବାବେଳେ, ଡ଼. ଆମ୍ବେଦକରଙ୍କ ଜୟନ୍ତୀ ସାମାଜିକ ସମାନତା, ନ୍ୟାୟ ଓ ଅଧିକାର ପ୍ରତି ଆମ ଅଙ୍ଗୀକାରକୁ ସ୍ମରଣ
କରାଇଥାଏ। 1945 ନଭେମ୍ବର 8 ରେ ଡକ୍ଟର
ଆମ୍ବେଦକର କଟକ ଆସି ମହାନଦୀ ଜଳ ଆବଣ୍ଟନରେ ମୁଖ୍ୟ ଭୂମିକା ନେଇଥିଲେ। ତତ୍କାଳୀନ ମଧ୍ୟ ପ୍ରଦେଶ
ଓ ଓଡ଼ିଶାର ଅଧିକାରୀଙ୍କୁ ନେଇ ଏ ଦିଗରେ ଆଲୋଚନା କରିଥିଲେ। ଏହା ପରେ ବନ୍ୟାର ଦାଉରୁ ରକ୍ଷା
କରିବାକୁ ହୀରାକୁଦ ବନ୍ଧର ରୂପରେଖ ପ୍ରସ୍ତୁତ ହୋଇଥିଲା। ଏହି କାରଣରୁ ବିଜେଡିଜେ ଜିଲ୍ଲା
କାର୍ଯ୍ୟାଳୟ ସମେତ ସମସ୍ତ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ କିମ୍ବା ସଂଲଗ୍ନ ସ୍ଥାନରେ ଓଡ଼ିଆ
ନବବର୍ଷର ଭାବର ଆଦାନ ପ୍ରଦାନ ସହିତ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ
ଶ୍ରଦ୍ଧା ସୁମନ ଅର୍ପଣ କରାଯିବ। ଶଙ୍ଖ ଭବନରେ ଏହା ସକାଳ 8:30 ରେ ଅନୁଷ୍ଠିତ ହେବ। ଏ ନେଇ ଦଳୀୟ
ପଦାଧିକାରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ମୁଖ୍ୟାଳୟର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା