
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ପିସିସି ସଭାପତିଙ୍କ ମେଣ୍ଟ ଆକଳନକୁ ପରୋକ୍ଷରେ ସମର୍ଥନ
କରିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଯେ, ସମ୍ଭାବନା ସବୁ
କ୍ଷେତ୍ରରେ ରହିଛି। ବିଭିନ୍ନ ବିଷୟରେ ଥାଏ।
ପିସିସି ସଭାପତି ଯଦି କହିଛନ୍ତି ତାହାଲେ କିଛି ଅନୁଧ୍ୟାନ କରି କହିବେ। ତତ୍କାଳୀକ ପରିସ୍ଥିତିକୁ ଦେଖି ରାଜ୍ୟ ସ୍ଵାର୍ଥ ଅନୁଯାୟୀ ନବୀନ
ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ଦେବୀ ମିଶ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା