ଅମରନାଥ ଯାତ୍ରା ପାଇଁ ପଂଜୀକରଣ ଆରମ୍ଭ, ଶ୍ରଦ୍ଧାଳୁଙ୍କ ଭୀଡ଼ ଲାଗିଛି
ଜାମ୍ମୁ, ୧୫ ଏପ୍ରିଲ୍(ହି.ସ.) – ଦକ୍ଷିଣ କାଶ୍ମୀର ହିମାଳୟରେ ହେଉଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଂଜୀକରଣ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଜାମ୍ମୁରେ ସ୍ତାପିତ କାଉଂଟରରେ ପହଂଚୁଛନ୍ତି। ଆଗୁଆ ପଂଜିକରଣ ଅନ୍ଲାଇନଡ଼ ଏବଂ ଅଫ୍ଲାଇନ୍ ଦୁଇ ମାଧ୍ୟମରେ ଉପଲବ୍ଧ ଅଛି। ୫
ଅମରନାଥ ଯାତ୍ରା ପାଇଁ ପଂଜୀକରଣ ଆରମ୍ଭ, ଶ୍ରଦ୍ଧାଳୁଙ୍କ ଭୀଡ଼ ଲାଗିଛି


ଜାମ୍ମୁ, ୧୫ ଏପ୍ରିଲ୍(ହି.ସ.) – ଦକ୍ଷିଣ କାଶ୍ମୀର ହିମାଳୟରେ ହେଉଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଂଜୀକରଣ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଜାମ୍ମୁରେ ସ୍ତାପିତ କାଉଂଟରରେ ପହଂଚୁଛନ୍ତି। ଆଗୁଆ ପଂଜିକରଣ ଅନ୍ଲାଇନଡ଼ ଏବଂ ଅଫ୍ଲାଇନ୍ ଦୁଇ ମାଧ୍ୟମରେ ଉପଲବ୍ଧ ଅଛି।

୫୭ ଦିନର ଏହି ତୀର୍ଥଯାତ୍ରା ୩ ଜୁଲାଇକୁ ଅନନ୍ତନାଗର ପାରମ୍ପାରିକ ୪୮ କିଲୋମିଟର ଲମ୍ବା ନୁନୱାନ-ପହଲଗାମ୍ ମାର୍ଗ ଏବଂ ଗାଦରବଲର ୧୪ କିଲୋମିଟର ଲମ୍ବା କିନ୍ତୁ ତୀକ୍ଷା ଚଢ଼ାବାଲା ବାଲ୍ଟଲ ମାର୍ଗରେ ଆରମ୍ଭ ହେବ ଏବଂ ରକ୍ଷା ବନ୍ଧନ ଦିନ ୨୮ ଅଗଷ୍ଟକୁ ସମାପ୍ତ ହେବ।

ପଂଜାବ ନେସନାଲ୍ ବ୍ୟାଙ୍କର ଜାମ୍ମୁ ସର୍କଲର ପ୍ରମୁଖ ଡିଜିଏମ୍ ପଂକଜ କୁମାର ବର୍ମା ଏଠାରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଅମରନାଥ ଯାତ୍ରା ପାଇଁ ପଂଜୀକରଣ ଆରମ୍ଭ ହୋଇଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରବଳ ଭିଡ଼ ଯାହା ନିଜର ପଂଜିକରଣ କରିବାକୁ ଆସୁଛନ୍ତି। ପଂଜିକରଣ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ଦୁଇ ମାଧ୍ୟମରେ କରାଯାଉଛି। ପଂଜାବ ନେସନାଲ୍ ବ୍ୟାଙ୍କ ଏହି ଯାତ୍ରା ପାଇଁ ନୋଡାଲ୍ ବ୍ୟାଙ୍କ ରୂପେ କାର୍ଯ୍ୟ କରୁଛି। ଭାରତରେ ୫୫୬ ବ୍ୟାଙ୍କ ଖାତା ପଂଜିକରଣ ପ୍ରକ୍ରିୟାରେ ସାମିଲ ଅଛନ୍ତି ଯେଉଁଥିରୁ ପଂଜାବ ନେସନାଲ୍ ବ୍ୟାଙ୍କର ୩୧୦ ଶାଖା ଭାଗ ନେଉଛି।

ସେ ଆହୁରି କହିଛନ୍ତି ଯେ ଜାମ୍ମୁରେ ଛଅ କାଉଂଟର ସ୍ଥାପିତ କରାଯାଇଛି। ଜାମ୍ମୁରେ ଜାମ୍ମୁ-କାଶ୍ମୀର ବ୍ୟାଙ୍କ ଏବଂ ପିଏନ୍ବି ସହିତ ଅଫ୍ଲାଇନ୍ ଶାଖାରେ ସକାଳ ୮ଟାରୁ ଲମ୍ବା ଧାଡ଼ି ଲାଗିଯାଇଛି କାହିଁକି ନା ଶ୍ରଦ୍ଧାଳୁ ପଂଜିକରଣ ପ୍ରକ୍ରିୟା ଆରମ୍ଭ ହେବାର ଏକଘଂଟା ପୂର୍ବରୁ ଲାଇନ୍ରେ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande