ଛତିଶଗଡ଼ ପାୱାର ପ୍ଲାଂଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି
- ମୃତକଙ୍କ ମିଳିଛି ପରିଚୟ ଶକ୍ତି, ୧୫ ଏପ୍ରିଲ (ହି.ସ.)- ଛତିଶଗଡ଼ର ଶକ୍ତି ଜିଲ୍ଲାରେ ବେଦାନ୍ତ ପାୱାର ପ୍ଲାଂଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରଫୁଲ ଠାକୁର ଏହି ସୂଚନା ପ୍ରଦାନ କରିଛନ୍ତି। ପୋଲିସ ଅଧୀକ୍ଷକ କହିଛନ୍ତି ଯେ ମଙ୍ଗଳବାରର ଭୟଙ୍କର ଦୁ
ଛତିଶଗଡ଼ ପାୱାର ପ୍ଲାଂଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି


- ମୃତକଙ୍କ ମିଳିଛି ପରିଚୟ

ଶକ୍ତି, ୧୫ ଏପ୍ରିଲ (ହି.ସ.)- ଛତିଶଗଡ଼ର ଶକ୍ତି ଜିଲ୍ଲାରେ ବେଦାନ୍ତ ପାୱାର ପ୍ଲାଂଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରଫୁଲ ଠାକୁର ଏହି ସୂଚନା ପ୍ରଦାନ କରିଛନ୍ତି।

ପୋଲିସ ଅଧୀକ୍ଷକ କହିଛନ୍ତି ଯେ ମଙ୍ଗଳବାରର ଭୟଙ୍କର ଦୁର୍ଘଟଣାରେ ମୋଟ ୩୬ ଜଣ ଶ୍ରମିକ ପୋଡ଼ିଯାଇଛନ୍ତି। ଏଥିମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

କଲେକ୍ଟର ଅମୃତ ବିକାଶ ଟପ୍ନୋ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆହତମାନଙ୍କୁ ସର୍ବୋତମ ଚିକିତ୍ସା ଯୋଗାଇବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି। ସେ କହିଛନ୍ତି ଯେ ମୃତକମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଉଛି। ପୋଷ୍ଟମର୍ଟମ ପରେ ମୃତଦେହଗୁଡ଼ିକୁ ଆମ୍ବୁଲାନ୍ସ ମାଧ୍ୟମରେ ସେମାନଙ୍କ ଜନ୍ମଭୂମି ଗ୍ରାମକୁ ପଠାଇବା ଏବଂ ତୁରନ୍ତ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

କଲେକ୍ଟର କହିଛନ୍ତି ଯେ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି, ଏବଂ ତଦନ୍ତ ଦଳ ଶୀଘ୍ର ଘଟଣାସ୍ଥଳ ଯାଂଚ କରିବେ।

ରିଲିଫ୍ ରାଶି ଘୋଷଣା

ବେଦାନ୍ତ ପରିଚାଳନା ପକ୍ଷରୁ ମୃତକଙ୍କ ପରିବାରକୁ ୩୫ ଲକ୍ଷ କ୍ଷତିପୂରଣ ଏବଂ ଜଣେ ସଦସ୍ୟଙ୍କୁ ଚାକିରି ଘୋଷଣା କରାଯାଇଛି। ଆହତଙ୍କ ପାଇଁ ୧୫ ଲକ୍ଷ କ୍ଷତିପୂରଣ ଘୋଷଣା କରାଯାଇଛି। ବେଦାନ୍ତ ଗ୍ରୁପ୍ କହିଛି ଯେ ଏହି ଦୁଃଖର ମୁହୂର୍ତରେ ପ୍ରଭାବିତ ସମସ୍ତ ଲୋକଙ୍କ ସହିତ ଏହାର ସମବେଦନା ଏବଂ ପ୍ରାର୍ଥନା ରହିଛି। ଆମେ ଏହି ପରିବାରଗୁଡ଼ିକୁ ଆମର ଅଟଳ ସମର୍ଥନ ଜାରି ରଖିବୁ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande