
ନୂଆଦିଲ୍ଲୀ, ୧୫ ଏପ୍ରିଲ୍(ହି.ସ.) – କେନ୍ଦ୍ର ସରକାର ଆମ୍ ଆଦମି ପାର୍ଟି(ଆଆପା)ର ରାଜ୍ୟସଭା ସଦସ୍ୟ ରାଘବ ଚଡ୍ଢ଼ାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦେବାକୁ ନିଷ୍ପତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ ଗୁଇନ୍ଦା ବିଭାଗର ସୂଚନା ଏବଂ ତାଙ୍କ ବିପଦକୁ ଆକଳନ ପରେ ଏହି ନିଷ୍ପତି ନିଆଯାଇଛି।
ସୂତ୍ର ଅନୁଯାୟୀ ରାଘବଙ୍କୁ ଦିଲ୍ଲୀ ଏବଂ ପଂଜାବରେ ଅର୍ଦ୍ଧସୈନିକ ବଳ ଦ୍ୱାରା ସୁରକ୍ଷା ପ୍ରଦାନ କରାଯିବ। ତେବେ ଦିଲ୍ଲୀ ପୋଲିସ୍କୁ ତାଙ୍କ ସୁରକ୍ଷାର ଦାୟିତ୍ୱ ଦିଆଯାଇଛି ଏବଂ ପରେ କେନ୍ଦ୍ର ବ୍ୟବସ୍ଥା ତାଙ୍କ ସୁରକ୍ଷାକୁ ଦେଖିବ।
ଏହାପୂର୍ବରୁ ପଂଜାବର ଆଆପା ସରକାର ରାଘବ ଚଡ୍ଢାଙ୍କୁ ଦିଆଯାଇଥିବା ଜେଡ୍ ପ୍ଲସ ସୁରକ୍ଷା ଫେରସ୍ତ ନେଇଛି। ସେ ପଂଜାବରୁ ରାଜ୍ୟସଭାର ସଦସ୍ୟ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି