ସାଧ୍ୱୀ ନିରଂଜନ ଜ୍ୟୋତିଙ୍କୁ ଧମକ
ନୂଆଦିଲ୍ଲୀ, ୧୫ ଏପ୍ରିଲ (ହି.ସ.) - ପୂର୍ବଚନ କେନ୍ଦ୍ରମନ୍ତ୍ରୀ ଏବଂ ପଛୁଆ ବର୍ଗ କମିଶନର ବର୍ତମାନର ଅଧ୍ୟକ୍ଷା ସାଧ୍ୱୀ ନିରଂଜନ ଜ୍ୟୋତିଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସେମାନଙ୍କ ସରକାରୀ ଇମେଲ ମାଧ୍ୟମରେ ମିଳିଥିବା ଧମକରେ ସେମାନଙ୍କ କାର୍ଯ୍ୟାଳୟ ଏବଂ ବାସଭବନକୁ ଟାର୍ଗେଟ କରାଯିବା କଥା
ସାଧ୍ୱୀ ନିରଂଜନ ଜ୍ୟୋତିଙ୍କୁ ଧମକ


ନୂଆଦିଲ୍ଲୀ, ୧୫ ଏପ୍ରିଲ (ହି.ସ.) - ପୂର୍ବଚନ କେନ୍ଦ୍ରମନ୍ତ୍ରୀ ଏବଂ ପଛୁଆ ବର୍ଗ କମିଶନର ବର୍ତମାନର ଅଧ୍ୟକ୍ଷା ସାଧ୍ୱୀ ନିରଂଜନ ଜ୍ୟୋତିଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସେମାନଙ୍କ ସରକାରୀ ଇମେଲ ମାଧ୍ୟମରେ ମିଳିଥିବା ଧମକରେ ସେମାନଙ୍କ କାର୍ଯ୍ୟାଳୟ ଏବଂ ବାସଭବନକୁ ଟାର୍ଗେଟ କରାଯିବା କଥା ଉଲ୍ଲେଖ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ସାଧ୍ୱୀ ନିରଂଜନ ଜ୍ୟୋତି ଆଜି ସକାଳ ୧୧.୧୫ରେ ତାଙ୍କ କାର୍ଯ୍ୟାଳୟରେ ଥିଲେ । ଏହି ସମୟରେ ତାଙ୍କୁ ତାଙ୍କ ସରକାରୀ ଇମେଲରେ ଏକ ଧମକପୂର୍ଣ୍ଣ ବାର୍ତା ମିଳିଥିଲା । ବର୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି । ଉଲ୍ଲେଖନୀୟ ଯେ, ସାଧ୍ୱୀ ସମ୍ପ୍ରତି ଜାତୀୟ ପଛୁଆ ବର୍ଗ କମିଶନର ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande