ଆସାମର ଚିରାଙ୍ଗ ଜିଲ୍ଲାର ରୁନିଖାଟା ଫରେଷ୍ଟ ରେଞ୍ଜ ଅଫିସରେ ଅଗ୍ନିକାଣ୍ଡ
ଚିରାଙ୍ଗ, ୧୭ ଅପ୍ରେଲ (ହି.ସ.)- ଶୁକ୍ରବାର ଦିନ ଆସାମର ଚିରଙ୍ଗ ଜିଲ୍ଲାର ରୁନିଖାଟା ଫରେଷ୍ଟ ରେଞ୍ଜ ଅଫିସରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଯାଇଥିଲା ଯେତେବେଳେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ହିଂସାତ୍ମକ ହୋଇଯାଇଥିଲା । କ୍ରୋଧିତ ଜନତା ଜଙ୍ଗଲ ବିଭାଗର ଅନେକ ଗାଡି ଏବଂ କାର୍ଯ୍ୟାଳୟ ପରିସରରେ ନିଆଁ ଲଗା
ଆସାମର ଚିରାଙ୍ଗ ଜିଲ୍ଲାର ରୁନିଖାଟା ଫରେଷ୍ଟ ରେଞ୍ଜ ଅଫିସରେ ଅଗ୍ନିକାଣ୍ଡ


ଚିରାଙ୍ଗ, ୧୭ ଅପ୍ରେଲ (ହି.ସ.)- ଶୁକ୍ରବାର ଦିନ ଆସାମର ଚିରଙ୍ଗ ଜିଲ୍ଲାର ରୁନିଖାଟା ଫରେଷ୍ଟ ରେଞ୍ଜ ଅଫିସରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଯାଇଥିଲା ଯେତେବେଳେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ହିଂସାତ୍ମକ ହୋଇଯାଇଥିଲା । କ୍ରୋଧିତ ଜନତା ଜଙ୍ଗଲ ବିଭାଗର ଅନେକ ଗାଡି ଏବଂ କାର୍ଯ୍ୟାଳୟ ପରିସରରେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ।

ଅଧିକାରୀଙ୍କ କହିବା ଅନୁଯାୟୀ, ଜଙ୍ଗଲ ଜମିକୁ ଜବରଦଖଲ କରିଥିବାରୁ ଗୁରୁବାର ଦିନ ଜଙ୍ଗଲ ବିଭାଗ ଏବଂ ପୋଲିସ ଦ୍ୱାରା ୨୫ ଜଣ ଆଦିବାସୀଙ୍କୁ ଅଟକ ରଖାଯାଇଛି । ଅଟକ ରଖିଥିବା ସମସ୍ତ ବ୍ୟକ୍ତିଙ୍କୁ ରୁନିଖାଟା ଫରେଷ୍ଟ ରେଞ୍ଜ ଅଫିସରେ ରଖାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନରେ କ୍ରୋଧିତ ହୋଇ ଆଜି ସକାଳେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ସେଠାରେ ଏକାଠି ହୋଇଥିଲେ ଏବଂ କାର୍ଯ୍ୟାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟ ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । କ୍ରୋଧିତ ଜନତା ଗାଡ଼ି ଏବଂ ଜଙ୍ଗଲ ବିଭାଗର କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ।

ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ଘଟଣାସ୍ଥଳରେ ପହଂଚିଥିବା ପୋଲିସ ଦଳକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସମ୍ପୃକ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି । ବର୍ତମାନ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଶାନ୍ତି ବଜାୟ ରଖିବାକୁ ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ନିବେଦନ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande