ସିଲିଗୁଡ଼ିରେ ରାଜସ୍ଥାନର ସିଏମ୍ ଭଜନଲାଲ୍ ଭାଜପା ପ୍ରାର୍ଥୀଙ୍କ ସମର୍ଥନରେ କଲେ ରୋଡ଼ ସୋ
ସିଲିଗୁଡ଼ି, ୧୭ ଏପ୍ରିଲ୍(ହି.ସ.) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ସରଗରମ ତୀବ୍ର ହୋଇଯାଇଛି। ଏହି କ୍ରମରେ ସିଲିଗୁଡ଼ିରେ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଶଙ୍କର ଘୋଷଙ୍କ ସମର୍ଥନରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଶୁକ୍ରବାର ଦିନ ରୋଡ଼ ଶୋ କରିଛନ୍ତି। ଏହି ର
ସିଲିଗୁଡ଼ିରେ ରାଜସ୍ଥାନର ସିଏମ୍ ଭଜନଲାଲ୍ ଭାଜପା ପ୍ରାର୍ଥୀଙ୍କ ସମର୍ଥନରେ କଲେ ରୋଡ଼ ସୋ


ସିଲିଗୁଡ଼ି, ୧୭ ଏପ୍ରିଲ୍(ହି.ସ.) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ସରଗରମ ତୀବ୍ର ହୋଇଯାଇଛି। ଏହି କ୍ରମରେ ସିଲିଗୁଡ଼ିରେ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଶଙ୍କର ଘୋଷଙ୍କ ସମର୍ଥନରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଶୁକ୍ରବାର ଦିନ ରୋଡ଼ ଶୋ କରିଛନ୍ତି।

ଏହି ରୋଡ଼ ଶୋ ବଡ଼ ସଂଖ୍ୟାରେ ଭାଜପା ନେତା ଏବଂ କାର୍ଯ୍ୟକର୍ତା ସାମିଲ୍ ହୋଇଛନ୍ତି। ପୁରା ରାସ୍ତାରେ ପାର୍ଟିର ସମର୍ଥକଙ୍କ ପ୍ରବଳ ଭୀଡ଼ ଦେଖିବାକୁ ମିଳିଥିଲା ଏବଂ ମାହୋଲରେ ଜବରଦସ୍ତ ଉତ୍ସାହ ଏବଂ ଜୋଶ ଦୃଷ୍ଟିକୁ ଆସିଥିଲା। ରୋଡ଼ ଶୋ ସମୟରେ ସମର୍ଥକ ପାର୍ଟିର ପତାକା ଏବଂ ବ୍ୟାନର ନେଇ ସ୍ଲୋଗାନ କରିବାକୁ ଦେଖାଯାଇଥିଲା। ଏହାଦ୍ୱାରା ଅଂଚଳରେ ନିର୍ବାଚନୀ ବାତାବରଣ ମଧ୍ୟ ଗରମ ହୋଇଯାଇଛି।

କାର୍ଯ୍ୟକ୍ରମ ପରେ ସାମ୍ବାଦିକଙ୍କ ସହିତ ଆଲୋଚନା କରି ଭଜନଲାଲ୍ ଶର୍ମା କହିଛନ୍ତି ଯେ ମୁଁ ବଙ୍ଗଳାର ଯେଉଁ ପରିବେଶ ଦେଖିଛି, ସେଥିରେ ମୁଁ ପୁରାପୁରି ଅଶ୍ୱସ୍ତ ହୋଇଛି ଯେ ଭାଜପା ଏଥର ବଙ୍ଗଳାରେ ସରକାରେ ଆସୁଛନ୍ତି। ରାଜ୍ୟର ଜନତା ପରିବର୍ତନ ଚାହେଁ। ନିର୍ବାଚନ ପୂର୍ବରୁ ଏହିପରି ବଡ଼ ରୋଡ଼ ଶୋକୁ ଭାଜପାର ଶକ୍ତିର ପ୍ରଦର୍ଶନ ରୂପରେ ଦେଖାଯାଉଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande