ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ
Annual function of diet
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ


ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ

ଝାରସୁଗୁଡ଼ା , 17 ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ପଞ୍ଚପଡ଼ାସ୍ଥିତ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଗୁଞ୍ଜନ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷା ମମତା ପ୍ରଧାନ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସହକାରୀ ଜିଲ୍ଲାପାଳ ଭିକ୍ଟୋରିଆ ଏକ୍କା ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ସୁନ୍ଦରଗଡ଼ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବଶଙ୍କର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଓ ସୁନ୍ଦରଗଡ଼ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷା ଲିପିକା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ କିଭଳି ପ୍ରତିଟି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପାରିବେ ଓ ସମାଜ ର ମୂଖ୍ୟସ୍ରୋତରେ ନିଜେ ସାମିଲ ହୋଇ ଅନ୍ୟମାନଙ୍କୁ ଜୀବନର କୌଶଳ ଦକ୍ଷତା ଶିଖାଇବା ଦିଗରେ ମାର୍ଗଦର୍ଶକ ସାଜିବେ ସେ ନେଇ ଅତିଥି ମାନେ ଆଲୋକପାତ କରିଥିଲେ l ବରିଷ୍ଠ ପ୍ରଶିକ୍ଷିକା ସୁଶୀଳା ମୁଣ୍ଡ ସଭାପରିଚାଳନା କରିଥିଲେ l ଶେଷରେ ପ୍ରତିଷ୍ଠାନର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ପ୍ରତିଷ୍ଠାନର ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକା ଓ କର୍ମଚାରୀ ସହଯୋଗ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande