
ଭୁବନେଶ୍ୱର, 17 ଏପ୍ରିଲ (ହି.ସ) ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଓଡିଶା ନାଗରିକ ମଞ୍ଚ ତରଫରୁ ଓୟୁଏଟି ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ବରିଷ୍ଠ ନେତା ଅମର ଶତପଥୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୦ ଟା ୩୦ ରେ ଆରମ୍ଭ ହେବ। ସମାଜର ବିଭିନ୍ନ ବର୍ଗର ଲୋକ ଆସିବେ। ଏହା ରାଜନୈତିକ ସଭା ନୁହେଁ। ଓଡିଶା ନାଗରିକ ମଞ୍ଚର ସଭା। ନେତା, ମନ୍ତ୍ରୀ, ସାମ୍ବାଦିକ, ଶ୍ରମିକ ନେତା ଭଳି ସବୁ ବର୍ଗର ଲୋକଙ୍କୁ ଡକାଯାଇଛି। ଆମର ମୁଣ୍ଡ ଗଣତି କରି କାର୍ଯ୍ୟକ୍ରମ ହେଉନି। ବିଜୁବାବୁଙ୍କ ଓଡ଼ିଶାର ଅସ୍ମିତା, ବିକାଶରେ ଅବଦାନ ଥିଲା। ବିଜୁବାବୁଙ୍କ ବିଚାର ଧାରାରେ ଯିଏ ବିଶ୍ୱାସ କରନ୍ତି ସେମାନଙ୍କୁ ଡକାଯାଇଛି। ସଫଳ ଗଣତନ୍ତ୍ର ବ୍ୟବସ୍ଥା ପାଇଁ ସଶକ୍ତ ଜନମତ ସୃଷ୍ଟି ହେବା ଆବଶ୍ୟକ। ନାଗରିକମାନେ କ୍ରିୟାଶୀଳ ହେଲେ ଗଣତନ୍ତ୍ର ସଶକ୍ତ ହେବ। ଏହି ଉଦେଶ୍ୟ ନେଇ ଓଡିଶା ନାଗରିକ ମଞ୍ଚ ଗଠିତ। ନାଗରିକଙ୍କୁ ସଚେତନ କରିବା ସହ ଓଡ଼ିଶାର ବିକାଶ କରିବା ଏହାର ଲକ୍ଷ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ