
ଭୁବନେଶ୍ୱର, 17 ଏପ୍ରିଲ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କବିବର ରାଧାନାଥ ରାୟଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଉତ୍କଳ ଭାରତୀଙ୍କ ଅନନ୍ୟ ସାରସ୍ୱତ ସାଧକ କବିବର ରାଧାନାଥ ରାୟଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ‘ଚିଲିକା’ର ସ୍ନିଗ୍ଧ ଶୋଭା ହେଉ କିମ୍ବା ‘ମହାଯାତ୍ରା’ର ଗାମ୍ଭୀର୍ଯ୍ୟ, ତାଙ୍କର ପ୍ରତ୍ୟେକ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହ ଆମ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ସେହି ଅନନ୍ୟ ପ୍ରତିଭାଧରଙ୍କ ପୁଣ୍ୟ ସ୍ମୃତି ପ୍ରତି ବିନମ୍ର ପ୍ରଣିପାତ ଜଣାଇବା ସହ ଆସନ୍ତୁ, ଓଡ଼ିଆ ସାହିତ୍ୟକୁ ବିଶ୍ୱବନ୍ଦିତ କରିବାର ସଂକଳ୍ପ ନେବା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ