
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପୂର୍ବତନ
ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ
ଚନ୍ଦ୍ରଶେଖରଜୀଙ୍କ ଜୟନ୍ତୀରେ ମୁଁ ତାଙ୍କୁ ନମନ କରୁଛି।
ଚନ୍ଦ୍ରଶେଖରଜୀ ଦୃଢ଼
ଇଚ୍ଛାଶକ୍ତି, ସିଦ୍ଧାନ୍ତ ପ୍ରତି ଅଡିଗ ଏବଂ ନିର୍ଭୀକ ଜନନେତା ଭାବେ ସଦା ସ୍ମରଣୀୟ
ରହିବେ। ସେ ନିଜ ସମଗ୍ର ସାର୍ବଜନିକ ଜୀବନରେ ରାଷ୍ଟ୍ରହିତକୁ ସର୍ବୋପରି ରଖି ଲୋକତାନ୍ତ୍ରିକ ମୂଲ୍ୟବୋଧକୁ
ସଶକ୍ତ କରିଥିଲେ। ତାଙ୍କର ସ୍ମୃତି ଆମ ସମସ୍ତଙ୍କୁ ନିରନ୍ତର କର୍ତ୍ତବ୍ୟନିଷ୍ଠାର ପଥରେ ଆଗକୁ
ବଢ଼ିବାକୁ ପ୍ରେରଣା ଦେଉଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା