
ଝାରସୁଗୁଡ଼ା, 17 ଏପ୍ରିଲ୍ (ହି.ସ.)
ଝାରସୁଗୁଡ଼ା ଜିଲ୍ଲା କୋଲାବିରା କୁମ୍ଭାରପଡ଼ା ସୋମବାର ବଜାର ପ୍ରାଙ୍ଗଣରେ ଅବସ୍ଥିତ ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଉପଲକ୍ଷେ ୪ ଦିନ ବ୍ୟାପୀ ଚାଲୁଥିବା ରାମଲୀଳା ମହୋତ୍ସବ ବୁଧୁବାର ରାବଣ ବଧ ସହ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ଇନ୍ଦ୍ରଜିତ୍ ବଧ, କୁମ୍ଭକର୍ଣ୍ଣ ଵଧ ସହ ରାମଙ୍କ ଦ୍ଵାରା ରାବଣ ବଧ ମଞ୍ଚସ୍ଥ ହୋଇଥିଲା l ଅପରାହ୍ନରେ ମହାରାଜା ରାବଣ ନିଜର ସୈନିକ ଙ୍କ ସହ ନଗର ପରିଭ୍ରମଣ କରିଥିଲେ l ଉଦଯାପନୀ ଉତ୍ସବରେ ସେୱା ଅନୁଷ୍ଠାନ ର ସମ୍ପାଦକ ସୁଶିଲ କୁମାର ଦାଶ,ବୟୋଜ୍ୟେଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମେଶ୍ବର ବେହେରା, ଡିଲେଶ୍ୱର ବେହେରା, ଅବସରପ୍ରାପ୍ତ ପୋଷ୍ଟାଲ ଅଧିକାରୀ ନବୀନ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ ବଦ୍ରି ନାରାୟଣ ରଣା, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ଅର୍ଜୁନ ବଗାର,ସମାଜସେବୀ ସୀତାରାମ ରଣା ପ୍ରମୁଖ ଲଙ୍କେଶ୍ୱର ରାବଣ ମହାରାଜା ଙ୍କ ରାଜଅତିଥି ଭାବରେ ଯୋଗଦେଇଥିଲେ l ବରଗଡ଼ ଧନୁଯାତ୍ରା ର କଂସ ମହାରାଜା ଭୁବନେଶ୍ୱର ପ୍ରଧାନ ରାବଣ ଭୂମିକା ଓ ତାଙ୍କ ଦଳ ଅନ୍ୟାନ୍ୟ ଭୂମିକାରେ ଅବତୀରଣ୍ଣ ହୋଇ ରାମଲୀଳା ମଞ୍ଚସ୍ଥ କରୁଛନ୍ତି l ଏଥିରେ ରାମଲୀଳା ମହୋତ୍ସବ କମିଟିର ସଭାପତି ଯଯାତି ବେହେରା, ସମ୍ପାଦକ ସୁନୀଲ ବଗାର, ସୁବାସ ବେହେରା, ପ୍ରଫୁଲ୍ଲ ରଣା,ଅରୁଣ ବେହେରା, ଶିଲୁ ରାଏ, ଡୋଳା ବେହେରା, ଚୁମନ ସାହୁ, ବସନ୍ତ ସାହୁ, ଆଶିଷ ବେହେରା, ସରୋଜ ଟଣ୍ଡକାର, ସୁକାନ୍ତ ସାହୁ, ହେମନ୍ତ କିସାନ, ସୁଦାମ ବଗାର, ମନୁଆ ପୁରୋହିତ, ବେଲାଲ ବହିଦାର ପ୍ରମୁଖ ଙ୍କ ସହ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ