
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- କବିବର ରାଧାନାଥ
ରାୟଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, କବିବର ରାଧାନାଥ ରାୟଙ୍କ ପୁଣ୍ୟତିଥିରେ ବିନମ୍ର
ଶ୍ରଦ୍ଧାଞ୍ଜଳି।
ଓଡିଆ ସାହିତ୍ୟର ଏକ
ଅଗ୍ରଗଣ୍ୟ ସ୍ତମ୍ଭ ଭାବେ ତାଙ୍କର ଅପରିମିତ ଅବଦାନ ସର୍ବଦା ସ୍ମରଣୀୟ। ତାଙ୍କର ଚିନ୍ତାଧାରା, ସୃଜନଶୀଳତା
ଓ ଭାଷା ପ୍ରତି ଅତୁଟ ନିଷ୍ଠା ଚିରକାଳ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା