ଜଙ୍ଗଲ ନିଆଁ ରୋକିବାରେ ଏଆଇର ସହାୟତା
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ଜଙ୍ଗଲରେ ନିଆଁ ଲାଗିବା ରୋକିବା ପାଇଁ ଆମେ ଏଆଇ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରୁଛୁ ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି । ସେ କହିଛନ୍ତି ଘଞ୍ଚ ଜଙ୍ଗଲ ଅଞ୍ଚଳ ଗୁଡିକରେ ଆମେ ନଜର ରଖିଛୁ । ଯେତିକି ପୟଣ୍ଟ ନିଆଁ
ଜଙ୍ଗଲ ନିଆଁ ରୋକିବାରେ ଏଆଇର     ସହାୟତା


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ଜଙ୍ଗଲରେ ନିଆଁ

ଲାଗିବା ରୋକିବା ପାଇଁ ଆମେ ଏଆଇ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରୁଛୁ ବୋଲି ଜଙ୍ଗଲ ମନ୍ତ୍ରୀ

ଗଣେଶ ରାମ ଖୁଣ୍ଟିଆ କହିଛନ୍ତି ।

ସେ କହିଛନ୍ତି ଘଞ୍ଚ ଜଙ୍ଗଲ

ଅଞ୍ଚଳ ଗୁଡିକରେ ଆମେ ନଜର ରଖିଛୁ । ଯେତିକି ପୟଣ୍ଟ ନିଆଁ ଲାଗିଥିଲା ତାହା ଏବେ ଧୀରେ ଧୀରେ

କମୁଛି । ପାଗ ଅନୁକୂଳ ରହିଛି । ଚଳିତ ବର୍ଷ

ଜଙ୍ଗଲରେ ନିଆଁ ଲାଗିବା ସଂଖ୍ୟା କମିବ ବୋଲି ଆମେ ଆଶା କରୁଛୁ ।

ଆଦିବାସୀମାନଙ୍କର ପାରମ୍ପରିକ

କିଛି ପରମ୍ପରା ରହିଛି । ଚାଷ ପାଇଁ ଆଦିବାସୀମାନେ

ନିଆଁ ଲଗାଇଥାନ୍ତି, ତେଣୁ

ତାଙ୍କ ଉପରେ ମଧ୍ୟ ଆମ ଟିମ ନଜର ରଖିଛିନ୍ତି । ଆମ ବିଭାଗ ଅଧିକାରୀମାନେ ମଧ୍ୟ ସ୍ଥାନୀୟ ଗାଁ

ଲୋକଙ୍କ ସହ ସମନ୍ୱୟ ରକ୍ଷା କରି କାଯ୍ୟ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande