ମହିଳା ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଅପିଲ- ଅନ୍ତରାତ୍ମାର ଶବ୍ଦ ଶୁଣି ସର୍ବସମ୍ମିତିରେ ପାରିତ କରାନ୍ତୁ ବିଧେୟକ
ନୂଆଦିଲ୍ଲୀ, ୧୭ ଏପ୍ରିଲ (ହି.ସ.)। ମହିଳା ସଂରକ୍ଷଣ ସହ ସମ୍ବନ୍ଧିତ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ର ସଂଶୋଧନ ଉପରେ ଶୁକ୍ରବାର ସନ୍ଧ୍ୟା ୪ଟାରେ ଲୋକସଭାରେ ଭୋଟିଂ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ଏହି ଐତିହାସିକ ବିଲ୍ର ପକ୍ଷରେ
ମହିଳା ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଅପିଲ- ଅନ୍ତରାତ୍ମାର ଶବ୍ଦ     ଶୁଣି ସର୍ବସମ୍ମିତିରେ ପାରିତ କରାନ୍ତୁ ବିଧେୟକ


ନୂଆଦିଲ୍ଲୀ, ୧୭ ଏପ୍ରିଲ (ହି.ସ.)। ମହିଳା ସଂରକ୍ଷଣ ସହ ସମ୍ବନ୍ଧିତ ‘ନାରୀଶକ୍ତି

ବନ୍ଦନ ଅଧିନିୟମ’ର ସଂଶୋଧନ ଉପରେ ଶୁକ୍ରବାର ସନ୍ଧ୍ୟା ୪ଟାରେ ଲୋକସଭାରେ ଭୋଟିଂ ହୋଇଛି । ଏହା

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦଙ୍କୁ ଏହି ଐତିହାସିକ ବିଲ୍ର ପକ୍ଷରେ

ଭୋଟ ଦେବାକୁ ଏବଂ ଏହାକୁ ସର୍ବସମ୍ମତିରେ ପାସ୍ କରିବାକୁ ଅନୁରୋଧ କରିଛନ୍ତି।

ସୋସିଆଲ୍ ମିଡିଆ ମଞ୍ଚ ‘ଏକ୍ସ’ରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ

କହିଛନ୍ତି ଯେ, ଏହା ଦେଶର

ନାରୀଶକ୍ତିକୁ ସଶକ୍ତ କରିବା ଓ ସେମାନଙ୍କୁ ତାଙ୍କର ଅଧିକାର ଦେଇବାର ଏକ ଗୁରୁତ୍ୱପୂର୍ଣ୍ଣ

ଅବସର। ସେ ସାଂସଦମାନଙ୍କୁ ଅନୁରୋଧ କଲେ ଯେ, ସେମାନେ ନିଜ ଘରର ମା, ଭଉଣୀ, ଝିଅ ଓ ପତ୍ନୀଙ୍କୁ ସ୍ମରଣ କରି ନିଜ ଅନ୍ତର୍ଆତ୍ମାର କଥା ଶୁଣନ୍ତୁ

ଏବଂ ମହିଳାମାନଙ୍କୁ ନୂତନ ସୁଯୋଗରୁ ବଞ୍ଚିତ କରିନହଅନ୍ତୁ।

ମୋଦି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଯଦି ଏହି ସଂଶୋଧନ

ସର୍ବସମ୍ମତିରେ ପାସ୍ ହୁଏ, ତେବେ ଏହା ଦେଶର

ନାରୀଶକ୍ତି ଓ ଲୋକତନ୍ତ୍ରକୁ ଅଧିକ ମଜବୁତ କରିବ। ସେ କହିଲେ, “ଆସନ୍ତୁ, ଆମେ ସମସ୍ତେ ମିଶି ଇତିହାସ ରଚନା କରିବା ଓ ଦେଶର ଅର୍ଦ୍ଧ ଜନସଂଖ୍ୟାକୁ

ତାଙ୍କର ଅଧିକାର ଦେବା।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଂସଦରେ ଏହି ବିଲ୍ ଉପରେ ବ୍ୟାପକ ଆଲୋଚନା ହୋଇସାରିଛି, ଯାହା ବିଳମ୍ବିତରାତି

ପର୍ଯ୍ୟନ୍ତ ଚାଲିଥିଲା। ସେ କହିଛନ୍ତି ଯେ, ଆଲୋଚନା ସମୟରେ ସମସ୍ତ ଆଶଙ୍କା ଓ ଭ୍ରମକୁ ଯୁକ୍ତିସଙ୍ଗତ ଭାବରେ

ସମାଧାନ କରାଯାଇଛି ଏବଂ ସଦସ୍ୟମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇଦିଆଯାଇଛି। ମହିଳା ସଂରକ୍ଷଣ ପ୍ରସଙ୍ଗ

ଗତ ଚାରି ଦଶକ ଧରି ରାଜନୈତିକ ଆଲୋଚନାର ବିଷୟ ରହିଆସିଛି, କିନ୍ତୁ ଏବେ ସମୟ ଆସିଗଲା ଯେ ମହିଳାମାନଙ୍କୁ

ନିର୍ଣ୍ଣୟ ପ୍ରକ୍ରିୟାରେ ଯଥୋଚିତ ପ୍ରତିନିଧିତ୍ୱ ଦିଆଯାଉ।

ସେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଛନ୍ତି ଯେ, ସେମାନେ

ସମ୍ବେଦନଶୀଳତା ଓ ଦାୟିତ୍ୱବୋଧ ସହ ଏହି ବିଲ୍ର ପକ୍ଷରେ ଭୋଟ ଦିଅନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି

ଯେ, ଦେଶର କୋଟିକୋଟି

ମହିଳାଙ୍କର ନଜର ସଂସଦ ଓ ସାଂସଦମାନଙ୍କର ସିଦ୍ଧାନ୍ତ ଉପରେ ରହିଛି, ସେହିପରି ଏମିତି

କୌଣସି ପଦକ୍ଷେପ ନ ନିଆଯାଉ ଯାହାଦ୍ୱାରା ସେମାନଙ୍କର ଭାବନା ଆହତ ହୁଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande