
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- କବିବର ରାଧାନାଥ
ରାୟଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ ସାଧକ କବିବର
ରାଧାନାଥ ରାୟଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ କାବ୍ୟ ପରମ୍ପରାକୁ
ନୂତନ ଦିଗଦର୍ଶନ ଦେବାରେ ତାଙ୍କର ଅବଦାନ ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା