
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପୂର୍ବତନ
ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଓଡ଼ିଶାର
ଗୌରବ, ମହାନ
ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୋର
ଶ୍ରଦ୍ଧାଞ୍ଜଳି ଜଣାଉଛି।
ନବୀନ କହିଛନ୍ତି ଯେ, ଦେଶର
ସ୍ୱାଧୀନତା ସଂଗ୍ରାମରେ ସେ ଗ୍ରହଣ କରିଥିଲେ ବଳିଷ୍ଠ ଭୂମିକା। ଲୋକଙ୍କ ହାତରେ କ୍ଷମତା ପ୍ରଦାନ
କରି ସେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ଶିଳ୍ପଠୁ
ଆରମ୍ଭ କରି ଓଡ଼ିଆ ସ୍ୱାଭିମାନ ରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ।
ବିଜୁ ବାବୁଙ୍କ ନୀତି ଓ
ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ସମର୍ପିତ ବୋଲି ନବୀନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା