ସଂରକ୍ଷଣ ବିଲକୁ ସମର୍ଥନ,ସୀମା ପୁନଃ ନିର୍ଦ୍ଧାରଣକୁ ବିଲକୁ ବିରୋଧ, ଏହା ନବୀନଙ୍କ ଦୋହରା ନୀତି : ପ୍ରଭାତୀ ପରିଡା
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ସଂରକ୍ଷଣ ବିଲକୁ ସମର୍ଥନ,ସୀମା ପୁନଃ ନିର୍ଦ୍ଧାରଣକୁ ବିଲକୁ ବିରୋଧ, ଏହା ନବୀନଙ୍କ ଦୋହରା ନୀତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ସେ କହିଛନ୍ତି ଯେ, ଜଣେ ମହିଳା ବିଧାୟିକା ଭାବେ ନିଜକୁ ଗୌରବାନ୍ବିତ ମନେ
ସଂରକ୍ଷଣ ବିଲକୁ ସମର୍ଥନ,ସୀମା ପୁନଃ ନିର୍ଦ୍ଧାରଣକୁ ବିଲକୁ ବିରୋଧ,     ଏହା ନବୀନଙ୍କ ଦୋହରା ନୀତି : ପ୍ରଭାତୀ ପରିଡା


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ସଂରକ୍ଷଣ ବିଲକୁ

ସମର୍ଥନ,ସୀମା ପୁନଃ ନିର୍ଦ୍ଧାରଣକୁ ବିଲକୁ ବିରୋଧ,

ଏହା ନବୀନଙ୍କ ଦୋହରା ନୀତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

କହିଛନ୍ତି । ସେ କହିଛନ୍ତି ଯେ, ଜଣେ ମହିଳା ବିଧାୟିକା ଭାବେ ନିଜକୁ ଗୌରବାନ୍ବିତ ମନେ କରୁଛି ।

ମହିଳାଙ୍କ ଅଧିକାର ଓ ସମ୍ମାନ ପାଇଁ ଗତକାଲିଠାରୁ ବେଶ ଚର୍ଚ୍ଚା ହେଉଛି । ଏହାକୁ ନେଇ ସାଂସଦରେ

ଆଲୋଚନା ହେଉଛି । ଦୀର୍ଘ ୩୦ ବର୍ଷ ପରେ ମହିଳାଙ୍କ ସିଟ ବୃଦ୍ଧି ହେବ । ଏନେଇ ଆଲୋଚନା

ହେଉଥିବାବେଳେ ଏହାକୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ

ସରକାର ଭୟ କରୁନାହାନ୍ତି । ବିଜେଡିକୁ ମିଶାଇ

ସମସ୍ତ ରାଜନୀତିକ ଦଳ ଓ କଂଗ୍ରେସର ସଦସ୍ୟ ଏହାକୁ ସମର୍ଥନ କରନ୍ତୁ ।

ସଂରକ୍ଷଣକୁ ସମର୍ଥନ ସୀମା

ପୁନଃ ନିର୍ଦ୍ଧାରଣକୁ ବିରୋଧ କରିବା ଦୋହରା ନୀତି । ଦୋହରା ଚରିତ୍ର ଆପଣାଉଛନ୍ତି ବିରୋଧୀ । ବିଜୁ ବାବୁ ମହିଳା ଆରକ୍ଷଣ ଦେଇଥିଲେ । ନବୀନ ବାବୁ ବି ମହିଳା ସଶକ୍ତିକରଣ ପାଇଁ ଅନେକ କାମ

କରିଛନ୍ତି । ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଜୁ ଜନତା ଦଳକୁ ନିବେଦନ

କରୁଛୁ ସଂସଦରେ ଏ ବିଲକୁ ସମର୍ଥନ କରନ୍ତୁ । କାଲିଠାରୁ ନବୀନ ପଟ୍ଟନାୟକ ମହିଳାଙ୍କ ସଂରକ୍ଷଣ ନେଇ

ଯେଉଁ ଦୋହରା ଚରିତ୍ର ଦେଖାଉଛନ୍ତି, ଏହାକୁ

ନେଇ ଆମେ ଦୁଃଖପ୍ରକାଶ କରୁଛୁ । ବାଳିକାଙ୍କୁ ସୈନିକ ସ୍କୁଲରେ ପାଠ ପଢ଼ାର ସୁବିଧା ଓ ଏନଡିଏ ଓ

ସେନା କମାଣ୍ଡରେ ସୁଯୋଗ ମିଳିଛି । ଓଡ଼ିଶାରେ ବି ମହିଳାଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ

ତାଲିମ କେନ୍ଦ୍ର ଖୋଲାଯିବା ନେଇ ଯୋଜନା କରଯାଉ । ଆଗାମୀ ଦିନରେ ଯେତେବେଳେ ମହିଳା ସଦସ୍ୟ ବଢ଼ିବେ,

ଏ ଫୋର୍ସ ବେଶ ସହାୟକ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande