ଶେଖ ହାସିନାଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ବିଚାରାଧିନ : ଭାରତ
ନୂଆଦିଲ୍ଲୀ, ୧୭ ଏପ୍ରିଲ (ହି.ସ.) - ଶୁକ୍ରବାର ଦିନ, ଭାରତ ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାର୍ପଣ ସମ୍ପର୍କରେ ସ୍ପଷ୍ଟ କରିଛି ଯେ, ଏହି ମାମଲା ସହିତ ଜଡ଼ିତ ଏକ ଆବେଦନ ବର୍ତମାନ ସମୀକ୍ଷାଧିନ ଅଛି । ଏକ ସାପ୍ତାହିକ ପ୍ରେସ୍ ବିବୃତି ସମୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ
ଶେଖ ହାସିନାଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ବିଚାରାଧିନ : ଭାରତ


ନୂଆଦିଲ୍ଲୀ, ୧୭ ଏପ୍ରିଲ (ହି.ସ.) - ଶୁକ୍ରବାର ଦିନ, ଭାରତ ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାର୍ପଣ ସମ୍ପର୍କରେ ସ୍ପଷ୍ଟ କରିଛି ଯେ, ଏହି ମାମଲା ସହିତ ଜଡ଼ିତ ଏକ ଆବେଦନ ବର୍ତମାନ ସମୀକ୍ଷାଧିନ ଅଛି । ଏକ ସାପ୍ତାହିକ ପ୍ରେସ୍ ବିବୃତି ସମୟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧିନ ଜୟସୱାଲ, ଶେଖ ହାସିନାଙ୍କ ସମ୍ପର୍କିତ ପ୍ରସଙ୍ଗକୁ ସମ୍ବୋଧିତ କରି କହିଥିଲେ ଯେ, ଏହି ସମ୍ବନ୍ଧରେ ଏକ ଅନୁରୋଧ ବିଚାରାଧିନ ଅଛି, ଯାହା ଚାଲୁଥିବା ନ୍ୟାୟିକ ଏବଂ ଆଭ୍ୟନ୍ତରୀଣ ଆଇନଗତ ପ୍ରକ୍ରିୟାର ଏକ ଅଂଶ । ଭାରତ ଏହି ପ୍ରସଙ୍ଗରେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହିତ ଗଠନମୂଳକ ଭାବରେ ଯୋଗାଯୋଗ ଜାରି ରଖିବ ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ଜୟସ୍ୱାଲ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ବାଂଲାଦେଶରେ ନୂତନ ସରକାରଙ୍କ ସହିତ ଗଠନମୂଳକ ସମ୍ପର୍କ ପାଇଁ ଭାରତର ଇଚ୍ଛାକୁ ଦୋହରାଇଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପାରସ୍ପରିକ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ବିଭିନ୍ନ ଦ୍ୱିପାକ୍ଷିକ ବ୍ୟବସ୍ଥା ମାଧ୍ୟମରେ ପ୍ରସ୍ତାବଗୁଡ଼ିକୁ ବିଚାର କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande