ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା- ଜନସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଚଣ୍ଡ ରୌଦ୍ର ତାପକୁ ନେଇ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି। କୁଲିଂ ସିଷ୍ଟମ,
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ     ରଖି ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା- ଜନସ୍ୱାସ୍ଥ୍ୟ ନିର୍ଦେଶକ


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବଢ଼ୁଥିବା

ଗ୍ରୀଷ୍ମପ୍ରବାହକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ପ୍ରଚଣ୍ଡ ରୌଦ୍ର ତାପକୁ ନେଇ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା

ପ୍ରସ୍ତୁତ ରହିଛି। କୁଲିଂ ସିଷ୍ଟମ, ଓଆରଏସ୍

ଦେବା ସହ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତକୁ ନେଇ ସେମିତି

କୌଣସି ତଥ୍ୟ ଆସିନାହିଁ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ସାଧାରଣ ଲୋକଙ୍କୁ

ଆମେ ସଚେତନ କରୁଛୁ। ପ୍ରଚୁରକୁ ଖରକୁ ଦୃଷ୍ଟିରେ ରଖି ଖରାକୁ ବାହାରିବା ସମୟରେ ଓଦା ଗାମୁଛା ସହ

ସାଙ୍ଗରେ ପାଣି ବୋତଲ ନେବା ପାଇଁ ଅପିଲ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। କିଛି ଦିନ

ପୂର୍ବରୁ ଅଂଶୁଘାତଜନିତ ମୃତ୍ୟୁକୁ ନେଇ ବାରିପଦାରୁ ଏକ ଅଭିଯୋଗ ଆସିଥିଲା। ତାହାର ବର୍ତ୍ତମାନ

ତଦନ୍ତ ଚାଲିଛି। ରିପୋର୍ଟ ଏବେ ସୁଦ୍ଧା ମୋର ହସ୍ତଗତ ହୋଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ

ନିର୍ଦ୍ଦେଶକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande