
ନୂଆଦିଲ୍ଲୀ,୧୭ ଅପ୍ରେଲ (ହି.ସ.)- ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଶିକ୍ଷାବିତ୍, ଦାର୍ଶନିକ ତଥା ମହାନ ଶିକ୍ଷକ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ତାଙ୍କ ପୁଣ୍ୟ ତିଥିରେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ କହିଥିଲେ ଯେ, ଡକ୍ଟର ରାଧାକ୍ରିଷ୍ଣନ ଜ୍ଞାନ ଅନ୍ୱେଷଣ ଏବଂ ଯୁବ ମସ୍ତିଷ୍କ ଗଠନ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କ ଜୀବନ ଶିକ୍ଷା, ନମ୍ରତା ଏବଂ ରାଷ୍ଟ୍ର ସେବାର ଶକ୍ତିର ଏକ ପ୍ରମାଣ । ତାଙ୍କର ଚିରସ୍ଥାୟୀ ପରମ୍ପରା ଆମ ଜୀବନରେ ଜ୍ଞାନ, ଅଖଣ୍ଡତା ଏବଂ କରୁଣାର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଆମକୁ ପ୍ରେରଣା ଦେଇଥାଏ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ତାଙ୍କ ଜୀବନ୍ତ ଚିନ୍ତାଧାରା ଯୁବକମାନଙ୍କୁ ଏକ ଶିକ୍ଷିତ, ସକ୍ଷମ ଏବଂ ସଶକ୍ତ ଭାରତ ଗଠନ ପାଇଁ ସର୍ବଦା ପ୍ରେରଣା ଦେବ । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଏବଂ ଚିନ୍ତାଧାରା ସର୍ବଦା ଆମକୁ ମାର୍ଗଦର୍ଶନ କରିବ । ତାଙ୍କୁ ପ୍ରଣାମ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜଣେ ବିଶିଷ୍ଟ ଦାର୍ଶନିକ, ରାଜନେତା, ଶିକ୍ଷା ତଥା ସାର୍ବଜନୀନ ଜୀବନରେ ତାଙ୍କର ଅବଦାନ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ