ଦକ୍ଷିଣ କାଳୀ ପୀଠରେ୧୫ତମ ବାର୍ଷିକ ପ୍ରବଚନ
ଭୁବନ, ୧୮ ଅପ୍ରେଲ (ହି.ସ.)- ଭୁବନର ପ୍ରସିଦ୍ଧ ଶକ୍ତିପୀଠ ବୁଦ୍ଧେଶ୍ୱର ରାସ୍ତାରେ ଅବସ୍ଥିତ ଶ୍ରୀ ଶ୍ରୀ ମା ଦକ୍ଷିଣ କାଳୀ ପୀଠରେ ଗତ ୧୫ ତାରିଖ ବୁଧବାର ଠାରୁ ୧୫ତମ ବାର୍ଷିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ମାଳିକା ସମୀକ୍ଷକ ପ୍ରବଚକ ବିରେନ୍ଦ୍ର ପଣ୍ଡା ୧୫ ତାରିଖ ସନ୍ଧ୍ୟାରେ ପ୍ରବ
ଦକ୍ଷିଣ କାଳୀ ପୀଠରେ୧୫ତମ ବାର୍ଷିକ ପ୍ରବଚନ


ଭୁବନ, ୧୮ ଅପ୍ରେଲ (ହି.ସ.)- ଭୁବନର ପ୍ରସିଦ୍ଧ ଶକ୍ତିପୀଠ ବୁଦ୍ଧେଶ୍ୱର ରାସ୍ତାରେ ଅବସ୍ଥିତ ଶ୍ରୀ ଶ୍ରୀ ମା ଦକ୍ଷିଣ କାଳୀ ପୀଠରେ ଗତ ୧୫ ତାରିଖ ବୁଧବାର ଠାରୁ ୧୫ତମ ବାର୍ଷିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ମାଳିକା ସମୀକ୍ଷକ ପ୍ରବଚକ ବିରେନ୍ଦ୍ର ପଣ୍ଡା ୧୫ ତାରିଖ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମକୁ ଉଦଘାଟନ କରି ନିଜେ ପ୍ରବଚନ ଦେଇଥିଲେ । ମାଳିକା ବିଚାରକ ପ୍ରବଚକ ମାନସ ଦାଶ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଚନ ଦେଉଛନ୍ତି। ୧୯ ତାରିଖ ରବିବାର ପ୍ରବଚକ ଦିବାକର ଦାସ,୨୦ ତାରିଖ ସୋମବାର ଭାଗବତ ବିଚାରକ ନୃସିଂହ ଚରଣ ଦାସ ଏବଂ ୨୧ ତାରିଖ ମଙ୍ଗଳବାର ତପସ୍ୱିନୀ ପାଢ଼ୀ ଯୋଗଦେଇ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରବଚନ ଶ୍ରବଣ କରିବା ସହ ମା ଦକ୍ଷିଣ କାଳୀ ଙ୍କ ଆଶିଷ ଲାଭ କରୁଛନ୍ତି । ଶେଷଦେବ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ତରଫରୁ ମଙ୍ଗୁଳି ନନା, ଶଙ୍କର ସାର୍, ପ୍ରତିମା ନାନି, ଚିନୁ, ମାନ, ଲିଟୁ, ମାମୁନ, ଚଗୁଲ୍, ଚିନୁ, ମାନସ, ହିମା, ଅବନା, ସରୋଜ, ପିପ, ସୁବାଷ, ଦିପୁ, ଉର୍ମି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande