
କେନ୍ଦୁଝର, ୧୮ ଏପ୍ରିଲ୍(ହି.ସ.) – କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ପୀଠ, ଘଟଗାଁ ଠାରେ ଚଳିତ ମାସ ୯ ତାରିଖରେ ଆରମ୍ଭ ହୋଇ ୧୫ ତାରିଖରେ ଚୈତ୍ର ପର୍ବ,୨୦୨୬ ଉଦଯାପନ ହୋଇଯାଇଛି।
ଏହିପର୍ବରେ ମା’ଙ୍କ ପୀଠରେ ଲକ୍ଷ ଲକ୍ଷ ମତୃଭକ୍ତ ସମାଗମ ହୋଇଥିଲେ, ଏଥିପ୍ରତି ସଜାଗ ହୋଇ ମନ୍ଦିର ଟ୍ରଷ୍ଟ, ପୋଲିସ ବିଭାଗ, ସ୍ଥାନୀୟ ପ୍ରଶାସନ, ସହ ବୁଦ୍ଧିଜୀବୀ, ବିଭିନ୍ନ ସ୍ୱେଛାସେବୀ, ଆଧ୍ୟାତ୍ମିକ ସଂଗଠନର ସଭ୍ୟାଙ୍କ କରସେବା ଦ୍ୱାରା ମା ତାରିଣୀଙ୍କ ମନ୍ଦିର ବେଢ଼ା, ଭିତରବେଢାକୁ ସ୍ୱଚ୍ଛତା ରଖା ଯାଇଥିଲା, କର ସେବକ ସେବିକା ମାନେ ବଜାର, ସତ୍ୟନାରାୟଣ, ପାଲା ମଣ୍ଡପ ପରିସର ସଫେଇକରି ସ୍ୱଚ୍ଛତା ରଖୁଥିଲେ, ଭିଡ଼ ସମୟରେ ଓ ସଂକ୍ରାନ୍ତି ବା ମହାବିଷୁବ ପଣା ସଂକ୍ରନ୍ତି ଦିନ ପ୍ରତୁଷରୁ ରାତ୍ରୀ ଯାଏ ସମସ୍ତ ଭକ୍ତ ବା ଶ୍ରଦ୍ଧାଳୁ ମା , ତାରିଣୀ ଙ୍କ ସୁନାବେଶ ଦର୍ଶନ ଦର୍ଶନ ଓ ଶୃଙ୍ଖଳା ଦର୍ଶନ ନିମନ୍ତେ ସମସ୍ତ ସରକାରୀ ବିଭାଗ, ବ୍ୟବସ୍ଥା ଥିବା ବେଳେ ସେବା ସଂସ୍ଥା ର ଭୂମିକା ଗୁୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିଲେ। ଆଦିତ୍ୟ ବାହିନୀ ର ଏହି ସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଚି।
ସେହି କ୍ରମରେ ଶ୍ରୀମଦ୍ ଜଗତ୍ଗୁରୁ ସଙ୍କରାଚାର୍ଯ୍ୟ ପୀଠ, ପୁରୀ ପୀଠ ପରିଷଦଙ୍କ ଦ୍ୱାରା ପରିଚାଳିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ର ସଭ୍ୟ ସଭ୍ୟା ଘଟଗାଁ ଠାରେ,କର ସେବା ପ୍ରଦାନ କରିଥିଲେ, ଆମ୍ବୁଲାନ୍ସ ଯୋଗେ ହଠାତ୍ ଅସୁସ୍ଥ ହେବା,ରୋଗି ଙ୍କୁ ଶିବ ମନ୍ଦିର ପରିସରରୁ ନେଇ ଘଟଗାଁ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚା ଯିବା ପରେ ଚିକିତ୍ସା କରାଯାଉଥିଲା, ଆଦିତ୍ୟ ବାହିନୀ, ପୁରୀରୁ ଆସି ସେବାପ୍ରମୁଖ ଭାବେ, ସତ୍ୟଜିତ ବେଜ୍, ଘଟଗାଁ ଶାଖା ସେବା ଓ ସଂଯୋଜକ ତପନ କୁମାର ବେହେରା, କେନ୍ଦୁଝର କ୍ଷେତ୍ରୀୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ଙ୍କ ଦିଗ୍ ଦର୍ଶନ ରେ ମା ତାରିଣୀଙ୍କ ଭିତର ବେଢ଼ା ସଫା ସୁତୁରା ରଖୁଥିବା, ଦେଖା ଯାଇଥିଲା, ଧାଡ଼ିରେ ଯାଇ, ଭକ୍ତ, ଶ୍ରଦ୍ଧାଳୁ, ସାଧାରଣ ଦର୍ଶନ ନିମନ୍ତେ ମା’ଙ୍କ ଦର୍ଶନ ପାଇଁ କରସେବକ ଓ ସେବା ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ସେବା ଦେବା ସହ ବଡ଼ ଯାନରେ ମାଙ୍କ ସାମଗ୍ରୀ, ଆସୁଥିବା ପିଇବା ପାଣି ବୋତଲ କୁ ବୁହା ଯାଇ ଯଥା ସ୍ଥାନ ରେ ରଖାଯିବା ଆଦି, କାମକୁ ମିଳିତ ଭାବେ ନେଇ ସେବା ଯୋଗାଇ ପ୍ରଶଂସା ପତ୍ର ମା ତାରିଣୀ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇ ଥିଲା।
ଘଟଗାଁ ଆଦିତ୍ୟ ବାହିନୀ ଓ ଅନ୍ୟ ଶାଖା ସଦସ୍ୟ ସଦସ୍ୟା ସାମିଲ ଥିଲେ, ଆମ୍ବୁଲାନ୍ସ ଚାଳକ ପବିତ୍ର ବାରିକ, କେନ୍ଦୁଝର ଜିଲ୍ଲା ଆନଦ ବାହିନୀ ସଂଯୋଜିକା, ରଶ୍ମୀ ମହାରଣା, ନରସିଂହ ସାହୁ, ଦୁର୍ଯୋଧନ ମହାନ୍ତ, କଟକ ଟାଉନ ସେବା, ନରସିଂହ ସାହୁ ପ୍ରମୁଖ ସହ ଘାସିରାମ ମହାନ୍ତ, ଦମୟନ୍ତୀ ମହାନ୍ତ, ଚନ୍ଦନ ପାତ୍ର,ରଶ୍ମୀ ମହାରଣା, ଦମୟନ୍ତୀ ମହାନ୍ତ,ହର୍ଷ ବାରିକ୍, ଜଟିଆ ସଂଡିଲ, ଦଶରଥ ମହାନ୍ତ, ସାରଥୀ ପାତ୍ର, ତୃପ୍ତି ରଞ୍ଜନ ସାହୁ, ସତ୍ୱକ ଗିରି, ଭୂପେସ ନାୟକ ପ୍ରମୁଖ ମା ତାରିଣୀ ଙ୍କ ୯୦ ତମ ଚଇତି ପର୍ବ ' ୨୦୨୬ ର ସେବା ରେ ସାମିଲ୍ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA