

ବଲାଙ୍ଗିର, 18 ଏପ୍ରିଲ୍ (ହି.ସ.)
ଆଗଲପୁର ବ୍ଲକର ଜୀବନ ଜୀବିକା କୁହା ଯାଉଥିବା ଅଙ୍ଗନଦୀ ଖରା ପୂର୍ଵରୁ ଶୁଖିଲା ପଡିଛି | ଦଶନ୍ଧି ପୂର୍ବେ ବର୍ଷ ତମାମ ନଦୀରେ ଧାର ବୋହୁଥିଲା | ଫଳରେ ଆଗଲପୁର ବ୍ଲକ ର ୩୫ ଟି ଗାଁ ରୁ ଉର୍ଦ୍ଧ ଓ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ୧୫ ଟି ଗାଁ କୁ ଚାଷ ଓ ପିଇବା ପାଇଁ ପର୍ଯ୍ୟାପ୍ତ ପାଣି ମିଳୁଥିଲା | ହେଲେ ବର୍ତ୍ତମାନ ଶୀତରୁ ସ୍ରୋତ ଶୁଖି ଯାଉଛି | ଦୀର୍ଘ ବର୍ଷ ହେଲା ଅଂଚଳବାସୀ ଅଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି | ଗତ ସାଧାରଣ ନିର୍ବାଚନ ପୂର୍ଵ ରୁ ରାଜ୍ୟ ସରକାର ଆଗଲପୁର ବ୍ଲକ କୁଟାସିଂହା ନିକଟରେ ଅଙ୍ଗନଦୀରେ ୨୪୭. ୫୦ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିଥିଲେ | ବର୍ତମାନ ର ସ୍ଥାନୀୟ ବିଧାୟକ ଓ ଭିଭାଗୀୟ ଅଧିକାରୀ ମଧ୍ୟ୍ୟ ପ୍ରସ୍ଥାବିତ ସ୍ଥାନ କୁ ପରିଦର୍ଶନ କରି ଯାଇଛନ୍ତି | ହେଲେ ଏହା ଭିତରେ ୨ ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ | ଆଗକୁ ହେବ କୁ ନାହିଁ ତାହା ମଧ୍ୟ୍ୟ ସନ୍ଦେହ ଘେରରେ | ସୂଚନା ଯୋଗ୍ୟ ଯେ ଅଙ୍ଗ ନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ ହେଲେ ଆଗଲପୁର ବ୍ଲକ କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମେଲାମୁଣ୍ଡା, ହରଭଙ୍ଗା, ମୁରଶୁଣ୍ଢ, ସାଲେଭଟା ଆଦି ୨୦ ଟି ଗାଁ ଓ ଡୁଙ୍ଗୁରିପାଲି ବ୍ଲକ ର କପାଶିରା, ଡାହୁକବୁଡ଼, ଭାଟବାହାଳୀ, ତମମୁରା, ଦିଗଶିରା, ଚେରୁପାଲି ଆଦି ୧୦ରୁ ଅଧିକ ଗାଁ ର ଜନସାଧାରଣ ପାନୀୟ ଜଳ ପାଇବା ସହିତ ପାଖାପାଖି ୩୦ ହଜାର ହେକ୍ଟର ଜମିକୁ ପାଣି ମାଡିବା ନେଇ ଆକଳନ କରା ଯାଇଛି | ଏବଂ ଏହା ସହିତ ଭୁତଳ ଜଳସ୍ତର ବୃଦ୍ଧି ହେବା ସହ ମାଛ ଚାଷ, ପଶୁ ପାଳନ ଆଦି କ୍ଷେତ୍ର ରେ ସହାୟକ ହେବ | ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ଵ ସରକାର ସମୟ ରେ ଏହି ପ୍ରକଳ୍ପ ପାଇଁ ଅନୁଦାନ ଆସିଛି | ତେଣୁକରି ତୁରନ୍ତ କାମ ଆରମ୍ଭ କରିବାକୁ ଅଂଚଳବାସୀ ଦାବୀ କରି ଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ