
ଗଞ୍ଜାମ, ୧୮ ଏପ୍ରିଲ୍ (ହି.ସ.)- ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ସରସ୍ୱତୀ ଶିଶୁମନ୍ଦିର ରାମହରି ନଗର ଠାରେ ବିଶ୍ୱ ହିନ୍ଦୁ ପରିଷଦ ସାମାଜିକ ସମରସତା ବିଭାଗ ପକ୍ଷରୁ ଡଃ. ରବି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାନ୍ତିୟ ସଂଗଠନ ମନ୍ତ୍ରୀଶରତ ପ୍ରଧାନ ମୁଖ୍ୟ ଅତିଥି, ରାମ ପ୍ରସାଦ ପଟ୍ଟନାୟକ( ପୂର୍ବତନ ବ୍ଯାଂକ ମ୍ୟାନେଜର) ମୁଖ୍ୟ ବକ୍ତା, ତରଣୀ ସେନ ଦାଶ ପୂର୍ବପ୍ରାନ୍ତ ସମରସତା ପ୍ରମୁଖ ସମ୍ମାନିତ ଅତିଥି, ପୁ୍ର୍ବତନ ନିର୍ବାହୀ ଯନ୍ତ୍ରୀ ଇଂ. ରୋହିତ ସେଠୀ ସମ୍ମାନିତ ବକ୍ତା, ମା ସାଦ୍ଧି ଭକ୍ତି ଭାରତୀ ବିଶେଷ ବକ୍ତା ଭାବେ ଯୋଗ ଦେବା ସହିତ ଶ୍ରୀମାନ ଅଶୋକ ପାଳ ପୂର୍ବ ପ୍ରାନ୍ତ ବିଶେଷ ସମ୍ପର୍କ ପ୍ରମୁଖ, ଡଃ. ଅରୁଣ କୁମାର ପାଢ଼ୀ ପୂର୍ବ ପ୍ରାନ୍ତ ସହସମ୍ପାଦକ, ଶ୍ରୀମାନ ରମାକାନ୍ତ ରଥ ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଦସ୍ୟ, ଶ୍ରୀମାନ ଭିକାରି ଚରଣ ବେହେରା ସମରସତା ପ୍ରାନ୍ତୀୟ ସଦସ୍ୟ, ଶ୍ରୀମାନ ଶ୍ରୀନିବାସ ଆଚାରୀ ଜିଲ୍ଲା ସମ୍ପାଦକ, ଶ୍ରୀମାନ ଉମା ଚରଣ ପାତ୍ର ମହାନଗର ସଭାପତି, ଶ୍ରୀମାନ କେଦାର ପଣ୍ଡା ମହାନଗର ସମ୍ପାଦକ ମଞ୍ଚାସୀନ ଥିଲେ।
ପ୍ରାରମ୍ଭିକ ସଂଗୀତ ଶତାଧିକ ଦାଶ ଗୁରୁଜୀଙ୍କ ନେତୃତ୍ୱରେ ପରିଚାଳନା ଏବଂ ରାମହରି ନଗର ଶିଶୁ ମନ୍ଦିର ଛାତ୍ରୀ, ପ୍ରେମଶିଳା ନନ୍ଦ ତଥା ହିନମଣୀ ବେହେରା ପ୍ରମୁଖ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରମୁଖ ସହଯୋଗ ରାମହରି ନଗର ଶିଶୁ ମନ୍ଦିରର ସମ୍ପାଦିକା ମମତା ପାଣିଗ୍ରାହୀ ଓ ସହ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତିସୁନ୍ଦର ଓ ଚିତାକର୍ଷକ ହୋଇଥିଲା। ସହର ତଥା ସହର ବାହାରୁ ଶତାଧିକ ବୁଦ୍ଧିଜୀବୀ ଯୋଗଦେଇ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ