ବିଭିନ୍ନ ପ୍ରସଙ୍ଗରେ ବିଜେଡି ଆମକୁ ସମର୍ଥନ ଦେଉଛି - ଭକ୍ତ ଦାସ
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ଇଣ୍ଡି ମେଂଟର ବୈଠକରେ ବିଜେଡି ସାଂସଦ ଯୋଗ ଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଆମକୁ ସମର୍ଥନ ଦେଉଛି ।ତେଣୁ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେଲା। ୩ରୁ ୪ ଦିନ
Bhakta Charan Das (File Photo)


ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ଇଣ୍ଡି ମେଂଟର ବୈଠକରେ ବିଜେଡି ସାଂସଦ ଯୋଗ ଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଆମକୁ ସମର୍ଥନ ଦେଉଛି ।ତେଣୁ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେଲା। ୩ରୁ ୪ ଦିନ ହେବ ବିଜେଡି ସୁପ୍ରିମୋ ଏହା ଉପରେ ବିଭିନ୍ନ କଥା ଉଠାଇଥିଲେ। ତେଣୁ ମାନସ ମଙ୍ଗରାଜ ସଂସଦରେ ଇଣ୍ଡି ମେଂଟ ସହ ରହିଥିଲେ। ଏହା ବିଜେଡିର ପ୍ରସଙ୍ଗ ଭିତିକ ସମର୍ଥନ।

ସୂଚନାଯୋଗ୍ୟ ଯେ ସଂସଦରେ ନାରୀ ବନ୍ଦନ ଅଧିନିୟମ ଓ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଲୋଚନା ଭିତରେ ଇଣ୍ଡି ମେଂଟର ବୈଠକରେ ସାମିଲ ହୋଇଥିଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande