ବନ୍ତରୁ ଉଦ୍ଧାର ହେଲା ବିରଳ ସାପ
ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ ଓ ଧଳା ରଙ୍ଗର ଏହି ସାପଟିକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ବିଚିତ୍ର ସାପଟି ଏକ ‘ଆଲବିନୋ’ (ରଙ୍ଗହ
BONTH RU BIRALA SAPA UDHAR


ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ ଓ ଧଳା ରଙ୍ଗର ଏହି ସାପଟିକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ବିଚିତ୍ର ସାପଟି ଏକ ‘ଆଲବିନୋ’ (ରଙ୍ଗହୀନ) ପ୍ରଜାତିର ସାପ ବୋଲି କୁହାଯାଉଛି। ଗ୍ରାମବାସୀମାନେ ସାପଟିକୁ ଦେଖିବା ପରେ ଏହାକୁ ଧରି ଏକ ପ୍ଲାଷ୍ଟିକ ଡବାରେ ସୁରକ୍ଷିତ ରଖିଥିଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ। ମଲ୍ଲିକ ତୁରନ୍ତ ଏହି ବିଷୟରେ ଭଦ୍ରକ ବନଖଣ୍ଡର ସହକାରୀ ବନ ସଂରକ୍ଷକ ସୁମିତ୍ ମହାନ୍ତିଙ୍କୁ ଅବଗତ କରାଇଥିଲେ। ସହକାରୀ ବନ ସଂରକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ କର୍ମଚାରୀମାନେ ସାପଟିକୁ ଉଦ୍ଧାର କରି ଭଦ୍ରକ ରେଞ୍ଜ ଅଫିସକୁ ଆଣିଥିଲେ । ଉଦ୍ଧାର ସମୟରେ ସାପଟିର ମୁହଁ ପାଖରେ ସାମାନ୍ୟ ଆଘାତ ଲାଗିଥିବା ଦେଖାଯାଇଥିଲା। ଏହାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସହକାରୀ ବନ ସଂରକ୍ଷକ ସ୍ନେକ ହେଲ୍ପ ଲାଇନର ସହାୟତା ଲୋଡ଼ିଥିଲେ। ଯାଜପୁର ଟାଉନରୁ ସ୍ନେକ ହେଲ୍ପ ଲାଇନର ଏକ ୩ ଜଣିଆ ବିଶେଷଜ୍ଞ ଟିମ ଭଦ୍ରକରେ ପହଂଚି ସାପଟିକୁ ପାଣି ପିଆଇବା ସହ ପ୍ରାଥମିକ ଯତ୍ନ ନେଇଥିବା ଦେଖାଯାଇଛି । ସାପଟି ଆହତ ଥିବାରୁ ଏବଂ ଏହାର ପ୍ରଜାତି ଅତି ବିରଳ ହୋଇଥିବାରୁ, ଅଧିକ ଉନ୍ନତ ଚିକିତ୍ସା ଓ ସଂରକ୍ଷଣ ପାଇଁ ତାକୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇବା ପାଇଁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande