

ବଲାଙ୍ଗିର, 18 ଏପ୍ରିଲ୍ (ହି.ସ.)
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଯୁବ ରେଡକ୍ରସ୍ ଶାଖା , ଜାତୀୟ ସେବା ଯୋଜନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ଉଦଘାଟନ କରିବା ସହିତ ରକ୍ତଦାନର ମହତ୍ୱ ସଂପର୍କରେ ଅବଗତ କରାଇଥିଲେ। ମେଡିକାଲ ଅଫିସର ଡାକ୍ତର ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ରକ୍ତଦାନ ଏକ ମହତ୍ କାର୍ଯ୍ୟ ଏହା ଅନ୍ୟର ଜୀବନ ବଞ୍ଚାଇବା ସହ ନିଜର ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିଥାଏ। ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦିକା ବନ୍ଦନା ବାର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର କାର୍ଯ୍ୟାଳୟର ଅଧିକାରୀ ଜ୍ୟୋତିର୍ମୟୀ ନାଏକ, ଶେଖ୍ ଅବଦୁଲ ଅସରଫ, ଦେବାଶିଷ ମିଶ୍ର,ସାଜନ୍ ରଣା ପ୍ରମୁଖ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ। ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ, ସୁମନ୍ତ ରଣା, ଯୋଗେନ୍ଦ୍ର ରଣା,ସୁବେର ଭୋଇ, ଚନ୍ଦନ ପୁହାଣ,ପ୍ରଭାତ କୁମାର ସାହୁ,ଅନିଲ କୁମାର ପଟ୍ଟନାଏକଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିବା ସହିତ ରକ୍ତଦାନ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର କାଉନସିଲର ବିଶ୍ୱଭୂଷଣ ବିଶ୍ବାଳ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ