ଜିଲ୍ଲାସାରା ବୁଲିବ ଜନଗଣନା ରଥ
କେନ୍ଦ୍ରାପଡା, ୧୮ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏକ ଜନଗଣନା ରଥକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ ସମୟରେ ଜିଲ୍ଲାର ବରିଷ୍ଠ ଅଧିକାରୀମ
-------ଜିଲ୍ଲାସାରାବୁଲିବଜନଗଣନାରଥ ।


କେନ୍ଦ୍ରାପଡା, ୧୮ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏକ ଜନଗଣନା ରଥକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ ସମୟରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନଗଣନା ରଥ ଜିଲ୍ଲାର ସମସ୍ତ ବ୍ଲକର ପଂଚାୟତଗୁଡିକ ବୁଲି ଜନଗଣନା କାର୍ଯ୍ୟରେ ସହଯୋଗ କରିବା ସହିତ ନିଜର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ସଚେତନ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande