ରାଜ୍ୟ ସିଏମ ଟ୍ରଫିର ନବମ ଦିବସ ରାଇକଳା ହାଇସ୍କୁଲ ୨-୦ ଏବଂ ଟିଏସଏଫ, ଯୋଡ଼ା ୪-୦ ଗୋଲରେ ବିଜୟୀ
କେନ୍ଦୁଝର, ୧୮ ଏପ୍ରିଲ୍ (ହି.ସ.) - ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାରେ ଦ୍ୱିତୀୟ ସଂସ୍କରଣର ଆଜି ନବମ ଦିବସ । ୧୪ ବର୍ଷରୁ
Cm trofy


କେନ୍ଦୁଝର, ୧୮ ଏପ୍ରିଲ୍ (ହି.ସ.) - ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାରେ ଦ୍ୱିତୀୟ ସଂସ୍କରଣର ଆଜି ନବମ ଦିବସ । ୧୪ ବର୍ଷରୁ କମ ବାଳକ ବିଭାଗ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ ଖେଳରେ ରାଇକଳା ହାଇସ୍କୁଲ ମା' ଟାଙ୍ଗରାଣୀପାଟ ଫୁଟବଲ କ୍ଲବ ବିପକ୍ଷରେ ୨-୦ ଗୋଲରେ ବିଜୟ ହାସଲ କରିଛି । ପ୍ରାଥମକ୍ଷର୍ଦ୍ଧ ଖେଳରେ ଉଭୟ ଦଳ ଗୋଲ ଦେବାର କେତୋଟି ସୁଯୋଗ ସୃଷ୍ଟି କରିଥିଲେ ମାତ୍ର ପୁରୋଭାଗ ଖେଳାଳୀ ମାନେ ଶେଷ ସ୍ପର୍ଶ ଦେବାରେ ସଫଳ ହୋଇ ପାରିନଥିଲେ । ଦ୍ୱିତୀୟକ୍ଷର୍ଦ୍ଧ ଖେଳରେ ରାଇକଳା ହାଇସ୍କୁଲ ସୁସଂଘଠିତ ହୋଇ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ରାଇକଳା ପକ୍ଷରୁ ଖେଳର ୩୯ତମ ମିନିଟରେ ଏବଂ ୪୭ତମ ମିନିଟରେ ତାରକା ଖେଳାଳୀ ଡାଲଟନ ମହାନ୍ତ ଦଳ ପକ୍ଷରୁ ଦୁଇଟି ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ପୁରୋଧା ସାଜିଥିଲେ ।

ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ବିପକ୍ଷରେ ୪-୦ ଗୋଲରେ ବିଜୟ ଲାଭ କରି ପୁରା ପଏଂଟ ହାସଲ କରିଛି । ଟିଏସଏଫ ପ୍ରଥମାର୍ଦ୍ଧରେ ୨ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୨ଟି ଗୋଲ ସ୍କୋର କରିଥିଲେ । ଦଳ ପକ୍ଷରୁ ୧୯ ନମ୍ବର ଖେଳାଳୀ ସିଦୁ ମୁଣ୍ଡା ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଲିଙ୍କ ମ୍ୟାନ ସ୍ଥାନରେ ଖେଳୁଥିବା ଟିକେଶ୍ୱର ଗୋପ ମଧ୍ୟ ଦୁଇଟି ଗୋଲ ସ୍କୋର କରିଥିଲେ । ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି ଜିଲ୍ଲା କ୍ରୀଡା ଛାତ୍ରାବାସ ଅଧିକ୍ଷକ ଜିତେନ୍ଦ୍ର ମହାକୁଢ଼ଙ୍କ ଓ ଦୌଡ଼କୁଦ ମୁଖ୍ୟ ପ୍ରଶିକ୍ଷକ ସୁବାସ ସରକାର ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା । ଆଜିର ପ୍ରଥମ ଖେଳରେ ବିଜୟ କୁମାର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବେଣୁଧର ମୁଣ୍ଡା ଓ ସନ୍ତୋଷ ମହାକୁଢ଼ । ଚତୁର୍ଥ ରେଫରୀ ଥିଲେ ରାଇମୋହନ ମୁର୍ମୁ । ସେହିପରି ଦ୍ୱିତୀୟ ଖେଳରେ ରାଇମୋହନ ମୁର୍ମୁ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ବେଣୁଧର ମୁଣ୍ଡା । ଚତୁର୍ଥ ରେଫରୀ ଥିଲେ ଦଶମନ୍ତ ସନ୍ତୋଷ ମହାକୁଢ଼ । ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande