
କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ପଦୋନ୍ନତି କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ୍.ଆର୍.ଆଇ.ଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଯାଇଛି । ଏହି କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା (ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସହ କମିଟିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାରେ ସରକାରୀ ଚାକିରି କରୁଥିବା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ଜିଲ୍ଲାର ୨୫ ଜଣ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି । ଏମାନେ ହେଲେ ଅମିନରୁ ଆର୍.ଆଇ., ଆର୍.ଆଇ.ରୁ ସୁପରଭାଇଜର, କନିଷ୍ଠ କିରାଣୀରୁ ବରିଷ୍ଠ କିରାଣୀ ଓ ବରିଷ୍ଠ କିରାଣୀର ପଦୋନ୍ନତି ଆସନ୍ତା ସପ୍ତାହକ ମଧ୍ୟରେ ସରକାରୀ ନିର୍ଦ୍ଦେଶନାମା ବାହାରିବ ବୋଲି ଜଣାପଡିଛି ।
ଆୟୋଜିତ ଏହି ବୈଠକରେ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି