
କେନ୍ଦୁଝର, ୧୮ ଏପ୍ରିଲ୍(ହି.ସ.) –କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଚିକିତ୍ସକ, ପ୍ରସିଦ୍ଧ ସମାଜସେବୀ ଓ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ଆଜି ସକାଳରେ ପରଲୋକ ଘଟିଛି। ତାଙ୍କର ବିୟୋଗରେ ସମଗ୍ର କେନ୍ଦୁଝର ଓ ପାଶ୍ୱବର୍ତୀ ଅଂଚଳରେ ଗଭୀର ଶୋକର ଛାୟା ପ୍ରକାଶ ପାଇଛି। ଡଃ ଦାସ ଦୀର୍ଘ ଦିନ ଧରି କେନ୍ଦୁଝର ଓ ବାରିପଦାରେ ଜଣେ କୁଶଳ ଓ ନିଷ୍ପାବାନ ଡାକ୍ଟର ଭାବେ ପରିଚିତ ଥିଲେ। ରୋଗୀଙ୍କ ପ୍ରତି ତାଙ୍କର ନିଷ୍ଠା, ସହାନୁଭୂତି ଓ ସେବାଭାବ ପାଇଁ ସେ ସମାଜର ସମସ୍ତ ସ୍ତରରେ ଆଦର ଲାଭ କରିଥିଲେ। ତାଙ୍କର ଚିକିତ୍ସା ସେବା ସହିତ ସମାଜସେବାରେ ମଧ୍ୟ ଅପରିମିତ ଅବଦାନ ରହିଛି। ଡଃ ଦାସଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତ୍ୟରେ ଶୋକବ୍ୟକ୍ତ କରିଛନ୍ତି। ଆସନ୍ତା ସୋମବାର ସକାଳେ ତାଙ୍କ ଅନ୍ତେଷ୍ଟି କ୍ରିୟା କରାଯିବ ବୋଲି ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA