ଗାଁସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ
କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଗାଁସାଥୀ (ମେଟ୍) ସଂଘ କମିଟି ପକ୍ଷରୁ ତିନି ଗୋଟି ଦାବୀ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏହି ଦାବିପତ୍ରରେ ଜିଲ୍ଲାରେ ସକ୍ରିୟ ଥିବା ଗାଁସାଥୀ (ମେଟ୍) ଙ୍କୁ ସରକାରଙ୍କ ଜନଗଣନା କାର୍ଯ୍ୟରେ ସାମିଲ୍ କରି
ଗାଁସାଥୀ ସଂଘ ପକ୍ଷରୁଜିଲ୍ଲାପାଳଙ୍କୁ୩ ଦଫା ଦାବୀପତ୍ର ପ୍ରଦାନ ।


କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଗାଁସାଥୀ (ମେଟ୍) ସଂଘ କମିଟି ପକ୍ଷରୁ ତିନି ଗୋଟି ଦାବୀ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏହି ଦାବିପତ୍ରରେ ଜିଲ୍ଲାରେ ସକ୍ରିୟ ଥିବା ଗାଁସାଥୀ (ମେଟ୍) ଙ୍କୁ ସରକାରଙ୍କ ଜନଗଣନା କାର୍ଯ୍ୟରେ ସାମିଲ୍ କରିବା ପାଇଁ ଦାବି କରିଛନ୍ତି । ବିଗତ ବର୍ଷମାନଙ୍କରେ ଗାଁସାଥୀମାନେ କାର୍ଯ୍ୟକରି ଏପର୍ଯ୍ୟନ୍ତ ପାରିଶ୍ରମିକ ପାଇନଥିବାରୁ ସେମାନଙ୍କର ପାରିଶ୍ରମିକ ଦେବାପାଇଁ ପ୍ରତ୍ୟେକ ବ୍ଲକକୁ ନିର୍ଦ୍ଦେଶ ଦେବାପାଇଁ ଦାବି କରିଛନ୍ତି ।

୨୦୦୮ ମସିହାରେ ଗାଁସଂଗଠନ କ୍ଲବ ପକ୍ଷରୁ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗାଁସାଥୀ (ମେଟ୍) ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ । ସରକାରଙ୍କର ପଂଚାୟତରାଜ ବିଭାଗର ଚିଠି ତରଫରୁ ୩୧.୦୭.୨୦୨୫ ତାରିଖ ପର୍ଯ୍ୟନ୍ତ ଆଳି ବ୍ଲକରେ କାର୍ଯ୍ୟ କରୁଥିବା ଗାଁସାଥୀ ମାନଙ୍କର ୪ ବର୍ଷର ବକେୟା ଦରମା ଏପର୍ଯ୍ୟନ୍ତ ପାଇନଥିବାରୁ ତୁରନ୍ତ ଏହି ଦରମା ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଅନିଲ କୁମାର ଲେଙ୍କା, ସଂପାଦକ ବିଜୟ କୁମାର ବେହେରାଙ୍କ ସମେତ ପ୍ରଶାନ୍ତ କୁମାର ଦାସ, ବରଦାକାନ୍ତ ପାତ୍ର, ପ୍ରତାପ ଚନ୍ଦ୍ର ପଢିଆରୀ, ବାଇଧର ସେଠୀ, ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande