
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ହିଟ୍ ୱେଭ୍ ର ମୁକାବିଲା କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୂଆ ଏସଓପି ପ୍ରସ୍ତୁତ କରିଛି। ଏନେଇ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍ ୱେଭ୍ ଆଶ୍ରୟ ସ୍ଥଳୀ ନିର୍ମାଣ ହେବ। ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍ ପରିବହନ ଉପରେ ତଦାରଖ କରାଯିବ। ରାସ୍ତାରେ ଡ୍ରାଇଭରଙ୍କ ପାଇଁ ଓଆରଏସ୍ ଓ ପିଇବା ପାଣିର ବ୍ୟବସ୍ଥା ରହିବ। ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ ଘଂଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ସେହିପରି ଏସି ନଥିବା ଗାଡ଼ି ଚାଲିଲେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ ବୋଲି କହିଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା