ଜେଏସ୍ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ
ବଲାଙ୍ଗୀର, ୧୮ ଏପ୍ରିଲ୍(ହି.ସ.) – ଜେଏସ୍ଏମ୍ କଲେଜ ଅଫ୍ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସର ଅଧ୍ୟୟନ ସାରିଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଜି ଏକ ଫେରୱେଲ ସେରିମୋନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ଶିକ୍ଷା ବର୍ଷରେ କଲେଜର ଯୁକ୍ତ ୩ ପାସ୍ ଆଉଟ୍ ଛାତ୍ରଛାତ୍ରୀ
ଜେ ଏ ସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ


ଜେ ଏ ସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ


ଜେ ଏ ସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ


ଜେ ଏ ସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ


ବଲାଙ୍ଗୀର, ୧୮ ଏପ୍ରିଲ୍(ହି.ସ.) – ଜେଏସ୍ଏମ୍ କଲେଜ ଅଫ୍ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସର ଅଧ୍ୟୟନ ସାରିଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଜି ଏକ ଫେରୱେଲ ସେରିମୋନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ଶିକ୍ଷା ବର୍ଷରେ କଲେଜର ଯୁକ୍ତ ୩ ପାସ୍ ଆଉଟ୍ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମର୍ଦ୍ଧନା ପ୍ରଦାନ କରାଯାଇଥିଲା। କଲେଜ ଅଧ୍ୟୟନ ସମୟର ସ୍ମୃତି ଏବଂ ଏକ ଘରୋଇ ବାତାବରଣ ମଧ୍ୟରେ ଅଧ୍ୟାପକମାନଙ୍କ ଶିକ୍ଷାଦାନ ତଥା କଲେଜ ପ୍ରତି ରହିଥିବା ଆନୁଗତ୍ୟକୁ ଛାତ୍ରଛାତ୍ରୀମାନେ ମନେ ପକାଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ର ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ଆମର ଶିକ୍ଷା ବ୍ୟବସ୍ଥା ହେବା ସହ ଶିକ୍ଷାଦାନ ବ୍ୟତିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେରିୟର କାଉନସେଲିଙ୍ଗ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ କଲେଜର ଦୀପକ ସ୍ୱାଇଁ, ଯୁଗେଶ୍ୱର ଶବର, ପଦ୍ମାଳୟା ଷଡ଼ଙ୍ଗୀ, ସନ୍ଧ୍ୟା ଶର୍ମା, ଅନ୍ୱେଷା ପୂଝାରୀ, ମନୀଷା ରାଣୀ ପୂଝରୀ, ପ୍ରାଂଶୁ ଅଗ୍ରୱାଲଙ୍କୁ ମିଷ୍ଟର ଆଣ୍ଡ ମିସେସ୍ ଜେଏସ୍ଏମ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। ସଭା ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଭାଇସ ପ୍ରିନ୍ସିପାଲ ଏବିି ରାମ ଲିପ୍ସା ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜର ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଫେରୱେଲ ସେରିମୋନୀରେ କଲେଜର ଉପଦେଷ୍ଟା ମନୋରଞ୍ଜନ ସାହୁ ମଂଚାସୀନ ରହି ବିଦାୟ କାଳୀନ ଉତ୍ସବ ସମ୍ପର୍ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବରେ ରସରାଜ ଅଚ୍ୟୁତ ପୁରୋହିତ ମଂଚାସୀନ ରହି ଏହି ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ଯାଇଥିବା ଶିକ୍ଷାର୍ଥୀମାନେ ଅର୍ଜନ କରିଥିବା ଶିକ୍ଷାକୁ ପରବର୍ତୀ ଜୀବନରେ ପ୍ରୟୋଗ କରି ନିଜକୁ ଏକ ସୁନାଗରିକ ଭାବରେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ। ସଭା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନାଚଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଶେଷରେ କଲେଜର ଅଧ୍ୟକ୍ଷା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande