
କେନ୍ଦୁଝର, ୧୮ ଏପ୍ରିଲ୍ (ହି.ସ.) - ବାରମ୍ବାର ଶିକ୍ଷକ ବଦଳି ଓ ନିଯୁକ୍ତି ଯୋଗୁଁ ଉପଯୁକ୍ତ ଶିକ୍ଷାଦାନ ହୋଇ ପାରୁ ନଥିବା ଅଭିଯୋଗ କରି ଶତାଧିକ ଅଭିଭାବକ ଓ ଗ୍ରାମବାସୀ ଆଜି ସକାଳୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସେମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦେଖା କରିବାକୁ ଯାଇ ନିରାଶରେ ଫେରିବା ଓ ଶିକ୍ଷା ଅଧିକାରୀ ଫୋନ ନ ଉଠାଇବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ। ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଓ ବ୍ଲକ ଶିକ୍ଷା ଅଧିକାରୀ ଏଠାକୁ ଆସି ଶିକ୍ଷକ ବଦଳି ନ କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଯାଇ ଫାଟକରୁ ତାଲା ଫିଟିବ ବୋଲି ମାୟଧର ଜେନା, ନିତ୍ୟାନନ୍ଦ ଜେନା, ରମାକାନ୍ତ ରାଉତ, ରବୀନ୍ଦ୍ର ରାଉତ, ଶଶିକାନ୍ତ ସେଠୀ, ରଙ୍କନିଧି ଜେନା, ଗଦାଧର ଭୋଇ, ସନ୍ତୋଷ କୁମାର ଜେନା, ଗୋବିନ୍ଦ ବେହେରା , ବିଜୟ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଶୁକଦେବ ସେଠୀ, ଚିନ୍ତାମଣି ବେହେରା, ନିରାକର ପରିଡ଼ା, ପବନା ସେଠୀ , ରମେଶ ନାୟକ, ବାମନ ପଲତା, କାଙ୍ଗାଳି ନାୟକ, ଭଗବାନ ଜେନା, ବିରଞ୍ଜି ରାଉତ ପ୍ରମୁଖ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।
ଅଭିଭାବକ ଓ ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ବିଦ୍ୟାଳୟରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ଥିଲେ। ଗତ କିଛିମାସ ତଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ବାରୁ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଶିକ୍ଷକ ବଦଳି ନ କରିବାକୁ ଅନୁରୋଧ କରିବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ଡେପୁଟେସନ କ୍ୟାନସଲ କରିଥିଲେ।
ଗତ ଜୁନମାସରେ ହାଟଡିହି ବ୍ଲକର ବିଇଓ ଅନାବଶ୍ୟକ ଭାବେ ଚମ୍ପୁଆ ବ୍ଲକରୁ ଆସିଥିବା ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଏଠାରେ ନିଯୁକ୍ତି ଦେଲେ। ଏତେ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବେଳେ କାହିଁକି ଆଉ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା। ୧୫ଦିନ ତଳେ ସେହି ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଗାଁ ରେ ଥିବା ପ୍ରଥମିକ ବିଦ୍ୟାଳୟକୁ ଡେପୁଟେସନ ପଠାଇ ଦେଲେ। ଯାହାକୁ ନେଇ ଶିକ୍ଷୟତ୍ରୀ ଜଣକ ପ୍ରତିବାଦ କରିବା ସହିତ ସେ ସ୍କୁଲକୁ ନଯାଇ ବିଇଓଙ୍କ କାର୍ଯ୍ୟାଳୟରେ ବସି ରହିଲେ।
ବାରମ୍ବାର ବାରମ୍ବାର ଶିକ୍ଷକ ବଦଳି ଓ ନିଯୁକ୍ତି ଯୋଗୁଁ ଉପଯୁକ୍ତ ଶିକ୍ଷାଦାନ ହୋଇ ପାରୁ ନଥିବା ଅଭିଯୋଗ କରି ଶତାଧିକ ଅଭିଭାବକ ଓ ଗ୍ରାମବାସୀ ଆଜି ସକାଳୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସେମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦେଖା କରିବାକୁ ଯାଇ ନିରାଶରେ ଫେରିବା ଓ ଶିକ୍ଷା ଅଧିକାରୀ ଫୋନ ନ ଉଠାଇବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ। ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଓ ବ୍ଲକ ଶିକ୍ଷା ଅଧିକାରୀ ଏଠାକୁ ଆସି ଶିକ୍ଷକ ବଦଳି ନ କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଯାଇ ଫାଟକରୁ ତାଲା ଫିଟିବ ବୋଲି ମାୟଧର ଜେନା, ନିତ୍ୟାନନ୍ଦ ଜେନା, ରମାକାନ୍ତ ରାଉତ, ରବୀନ୍ଦ୍ର ରାଉତ, ଶଶିକାନ୍ତ ସେଠୀ, ରଙ୍କନିଧି ଜେନା, ଗଦାଧର ଭୋଇ, ସନ୍ତୋଷ କୁମାର ଜେନା, ଗୋବିନ୍ଦ ବେହେରା , ବିଜୟ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଶୁକଦେବ ସେଠୀ, ଚିନ୍ତାମଣି ବେହେରା, ନିରାକର ପରିଡ଼ା, ପବନା ସେଠୀ , ରମେଶ ନାୟକ, ବାମନ ପଲତା, କାଙ୍ଗାଳି ନାୟକ, ଭଗବାନ ଜେନା, ବିରଞ୍ଜି ରାଉତ ପ୍ରମୁଖ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA