
କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- ମାରୁତି ଇଣ୍ଟରନ୍ୟାସନାଲ୍ ସ୍କୁଲ ର ବାର୍ଷିକୋତ୍ସବ ବହୁତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି l କୁନିକୁନି ପିଲାମାନେ ଅତିଥି ମାନଙ୍କୁ ଆମନ୍ତ୍ରଣ କରି ପ୍ରଦୀପ ପ୍ରଜ୍ବଳନ କରାଇବା ସହିତ ଗୀତା ପାଠ, ପ୍ରାର୍ଥନା, ଯୋଗ ଏବଂ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତୀ ମିତା ମହାକୁଡ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଚେୟାରମ୍ୟାନ ଡକ୍ଟର ପ୍ରସନ୍ନ ପରିଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନ କିପରି ଆଗକୁ ଆଗକୁ ଆହୁରି ବଢ଼ିବ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ l ଅତିଥି ଭାବରେ କେନ୍ଦ୍ରପଡ଼ା ବ୍ଲକ ଓ ଡେରାବିଶି ବ୍ଳକ ର ଶିକ୍ଷାଧିକାରୀ ନାରାୟଣ ମନ୍ତ୍ରୀ ମହୋଦୟ ପିଲାମାନଙ୍କ ଭାରତୀୟ ସଂସ୍କୃତି ତଥା ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ଏତେ ସୁନ୍ଦର ନିଖୁଣ ଭାବେ ଗୀତ, ଅଭିନୟ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରି ଏମିତି ମୁଗ୍ଧ କରିଥିଲେ ଯେ ସେ ଯେତେବେଳେ ଏହି ସ୍କୁଲକୁ ପରିଦର୍ଶନରେ ଆସିଥିଲେ ତାଙ୍କୁ ସ୍କୁଲର ଶିକ୍ଷାଦାନ ପଦ୍ଧତି ସହିତ କେବଳ ଏହି କାରଣ ଯୋଗୁଁ ଅତ୍ୟନ୍ତ ଖୁସି ହୋଇ ସରକାରୀ ସ୍ୱୀକୃତିକୁ ୫ ବର୍ଷ ପାଇଁ ବୃଦ୍ଧି କରିବାକୁ ମନ ବଳାଇଥିଲେ l ଅନ୍ୟତମ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାରାଦ୍ବୀପ ବନ୍ଦର ଟ୍ରଷ୍ଟି ଶିକ୍ଷାବିତ୍ ଭୁବନ ମୋହନ ଜେନା ପିଲାମାନଙ୍କୁ ସମ୍ବୋଧନା କରିବାକୁ ଯାଇ ଏତେ ଭାବବିହ୍ବଳ ହୋଇଯାଇଥିଲେ।
ସେହିପରି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘର କେନ୍ଦ୍ରପଡ଼ା ଜିଲ୍ଲା ସମ୍ପାଦକ ଭଗବାନ ସାହୁ ନିଜର ଅନୁଷ୍ଠାନ ଭାବେ ଆଜି ପର୍ଯ୍ୟନ୍ତ ଗଢି ଆସିଛୁ ଆଗକୁ ମଧ୍ୟ କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟର ତଥା ଗୁରୁକୃପା ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶିକ୍ଷାବିତ୍ ଡକ୍ଟର କୈଳାସ ଚନ୍ଦ୍ର ଲେଙ୍କା, ଦୁହୁରିଆ ବଜାର କମିଟିର ସଭାପତି ସନାତନ ମୁଦୁଲି, ଜମଧର ପଞ୍ଚାୟତର ସମିତିସଭ୍ଯ ଦେବାଶିଷ ଦାସ, ଅଭିମନ୍ୟୁ ଗୋଚ୍ଛାୟତ, ସନ୍ତୋଷ ପଣ୍ଡା, ପ୍ରଭାତ କୁମାର ପରିଡ଼ା, ସନ୍ତୋଷ ଦାସ, ଗଣେଶ ପ୍ରସାଦ ବିଶ୍ଵାଳ, ଜୟରାମ ବେହେରା, ଶରତ ରାଉତ, ବେଣୁଧର ସାର, ସୁଶାନ୍ତ ନାୟକ, ସରୋଜ ରାଉତ ପ୍ରମୂଖ ଅନୁଷ୍ଠାନ କିପରି ଆଗକୁ ଆହୁରି ବଢ଼ିବ ତାହା ଉପରେ ନିଜର ମତାମତ ରଖିଥିଲେ l ପରିଶେଷରେ ବିଭିନ୍ନ ବିଭାଗରେ କୃତିତ୍ଵ ଲାଭ କରିଥିବା ପିଲାମାନଙ୍କୁ ପ୍ରମାଣ ପତ୍ର, ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିଲା l ପରିଶେଷରେ ପ୍ରସନ୍ନ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଇଥିଲେ l
ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ରେଣୁବାଳା ତ୍ରିପାଠୀ, ତିଳୋତ୍ତମା ସାହୁ, ଶର୍ମିଷ୍ଠା ରାଉଳ, ବ୍ରଜେନ୍ଦୁ ମିଶ୍ର, ସୁମିତା ନାୟକ, ସୁରେନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ରବି